ଖୋର୍ଦ୍ଧା: ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ ଓ ଖୋର୍ଦ୍ଧା ପୁଲିସ୍ର ମିଳିତ ଚଢ଼ାଉରେ ଏକ ଟ୍ରକରୁ ୭ କୁଇଣ୍ଟାଲ ଗଞ୍ଜେଇ ମିଳିଛି । ଟ୍ରକଟି ଆନ୍ଧ୍ର ପ୍ରଦେଶରୁ ପଶ୍ଚିମବଙ୍ଗ ପିଆଜ ନେଇ ଯାଉଥିଲା । ସେହି ଟ୍ରକରୁ ୭ କୁଇଣ୍ଟାଲ ଗଞ୍ଜେଇ ପୁଲିସକୁ ମିଳିଛି । ପୁଲିସ ଗଞ୍ଜେଇ ଜବତ ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ସଦର ଥାନା ଠାରୁ ଅଳ୍ପ ଦୂରରେ ରାସ୍ତାକଡ଼ ଢାବାରେ ଖାଇବା ପାଇଁ ଏକ ପିଆଜ ବୋଝେଇ ଟ୍ରକ୍ ଅଟକିଥିଲା। ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ(ଏନ୍ସିବି)ର ୨ ଜଣ ସାଧା ପୋଷାକରେ ଓ ୪ ଜଣ ପୁଲିସ ହଠାତ ଟ୍ରକ୍ ଚାଳକକୁ କାବୁ କରିଥିଲେ। ୧୦-୧୫ ମିନିଟ ମଧ୍ୟରେ ସେଠାରେ ଆଉ ୫ଜଣ ଏନ୍ସିବି କର୍ମଚାରୀ ଏବଂ ପୁଲିସ ପହଂଚି ଯାଇଥିଲେ। ଟ୍ରକଟିକୁ ସଦର ଥାନା ପରିସରକୁ ଅଣାଯାଇଥିଲା। ଟ୍ରକ୍ର ପିଆଜ ବସ୍ତାଗୁଡ଼ିକୁ ବାହାର କରିବା ପରେ ଟ୍ରକରେ ପ୍ରାୟ ୪୦ ବସ୍ତା ଗଂଜେଇ ବାହାରିଥିଲା। ପ୍ରତି ଗଂଜେଇ ବସ୍ତାର ଓଜନ ଥିଲା ୧୮ରୁ ୨୦ କିଲୋଗ୍ରାମ। ଗୁଇନ୍ଦା ସୂତ୍ରରୁ ସୂଚନା ଆଧାରରେ ଏନସିବି ଓ ପୁଲିସ ଜାତୀୟ ରାଜପଥ ୧୬ର ବିଭିନ୍ନ ସ୍ଥାନରେ ଜଗିରହିଥିଲେ ।
previous post