ଅପରାଧ

ଚାହୁଁ ଚାହୁଁ ଲୁଟିନେଲେ ୫୦ ହଜାର ଟଙ୍କା

ସୋର: ପରିବା କିଣିବା ସମୟରେ ଜଣେ ମହିଳା ହୋଇଛନ୍ତି ଲୁଟର ଶିକାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଆଡଙ୍ଗ ବଜାରରେ । ଦିନ ଦି ପହରେ ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ସ୍ଥାନୀୟ ଗୋପୀନାଥପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ସ୍ତ୍ରୀ  ଜ୍ୟୋତ୍ସାରାଣୀ ଏହି ଲୁଟର ଶିକାର ହୋଇଛନ୍ତି । ଆଡଙ୍ଗ ବଜାରସ୍ଥିତ ୟୁକୋ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ପରିବା କିଣୁଥିବା ସମୟରେ ଲୁଟର ଶିକାର ହୋଇଛନ୍ତି ଜ୍ୟୋତ୍ସା । ବ୍ୟାଙ୍କ ସମ୍ମୁଖରେ ଥିବା ପରିବା ଦୋକାନରୁ ବିଲାତି କିଣୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ତାଙ୍କ ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ତାଙ୍କ ବ୍ୟାଗରେ ଥିବା ମୋବାଇଲ ସହିତ ବ୍ୟାଗରେ ଥିବା ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

Related posts

ଦୋଷୀ ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାଦଣ୍ଡ

mahabharatanews

ଭିଜିଲାନ୍ସ ତଦନ୍ତ ପରେ କୋଟିପତି ପ୍ରଧାନ ଶିକ୍ଷକ ଗିରଫ

mahabharatanews

ବନ୍ଧୁକ ମୁନରେ ୬ ଲକ୍ଷ ଟଙ୍କା ଲୁଟିନେଲେ

mahabharatanews