ରାଜ୍ୟରେ ବାଙ୍ଗଲାଦେଶୀ ଅନୁପ୍ରବେଶ କାରି ୨୧୦୯ ଜଣ ସନ୍ଦୀଗ୍ଧ ଙ୍କୁ କରାଯାଇଛି ଯାଞ୍ଚ । ସେଥିରୁ ୨୦୨୫ ଜଣ ଭାରତୀୟ ଭାବେ ମୁକ୍ତ ହୋଇଥିବା ବେଳେ ୧୩ ଜଣ ଙ୍କ ପରିଚୟ ପତ୍ର ଯାଞ୍ଚ ଚାଲିଛି । ୭୧ ଜଣ ଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି । ଭୁବନେଶ୍ୱରରେ ୨୪ ଜଣ, କଟକରେ ୧୫, ବ୍ରହ୍ମପୁରରେ ୬, ଗଞ୍ଜାମରେ ୧, କନ୍ଧମାଳରେ ୪, କୋରାପୁଟରେ ୧, ଜଗତସିଂହପୁରରେ ୨୦ ଚିହ୍ନଟ ହୋଇଛନ୍ତି । ୭୧ ଜଣଙ୍କ ଭିତରୁ ୪୮ ଜଣଙ୍କୁ ଦେଶାନ୍ତର କରାଯାଇଛି । ୨ ଜଣ ବାଂଲାଦେଶୀ ଅନୁପ୍ରବେଶକାରି ଜାଲ କାଗଜପତ୍ର ଦେଇ ନିଜ ନାମରେ ଭାରତୀୟ ପାସ୍ପୋର୍ଟ କରିଛନ୍ତି ସେମାନଙ୍କ ନାମରେ ମୋକଦ୍ଧମା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି । ଜଗତସିଂହପୁର ଜିଲ୍ଲାରୁ ୨୦ ଜଣ ବାଂଲାଦେଶୀ ଙ୍କୁ ଦେଶାନ୍ତର ପ୍ରକ୍ରିୟା ଚାଲୁରହିଛି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଲେ ।

