Accidentଅପରାଧଓଡିଶା

ଗାଡି ଧକ୍କାରେ ୨ଜଣକର ମୃତ୍ୟୁ ଜଣେ ଗୁରୁତର

ଗୋପ(ଜୟନ୍ତକୁମାର ସେଠି ): ପୁରୀ ଚନ୍ଦନପୁର ଥାନା ବିରଗୋବିନ୍ଦପୁର ନିକଟ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା।ଏଥିରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ କନଷ୍ଟେବଳଙ୍କ ନାଁ ସୁଷମା ମିଶ୍ର ହୋଇଥିବା ବେଳେ ଅନ୍ୟଜଣଙ୍କ ନାଁ ସୂର୍ଯ୍ଯକାନ୍ତ ସାହୁ। ସୁଷମା କୋଣାର୍କ କୋର୍ଟରେ କାର୍ଯ୍ଯରତ ଥିଲେ।ସୂଚନା ଅନୁଯାୟୀ  ରାସ୍ତା କଡରେ ଠିଆ ହୋଇ ଥିବା ଏକ ଟ୍ରକ୍କୁଗାଡି  ଏକ ବାଇକ୍ ଧକା ଦେବାରୁ ଘଟଣସ୍ଥଳରେ ୨ଜଣଂକର ମୃତ୍ୟୁ ଓ ଜଣେ ଗୁରୁତର ହୋଇଛନ୍ତି |ଏହି ଦୁର୍ଘଟଣାରେ ସୁଷମା ଓ ସୂର୍ଯ୍ଯକାନ୍ତଙ୍କର ଘଟଣାସ୍ଥଳରେ ମୃତ୍ଯୁ ଘଟିଥିଲା। ଚିନ୍ମୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକକୁ ସ୍ଥାନାନ୍ତର କରାଯାଇଛି। ସତ୍ୟବାଦୀ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ମୃତଦେହ ଦ୍ବୟ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଯାନ ଦ୍ବୟ ମଧ୍ୟ ଜବତ କରିଛି। ମୃତ ପୁରୁଷ ହେଉଛନ୍ତି ସୁର୍ଯ୍ୟକାନ୍ତ ସାହୁ। ଆହତ ଜଣକ ହେଉଛନ୍ତି ମୃତ ସୁଷମା ଙ୍କ ପୁଅ ଚିନ୍ମୟ। ତେବେ ସୁଚନା ଅନୁଯାୟୀ ସ୍ଵର୍ଗଦ୍ଵାର ତାଂକର ଜଣେ ସମ୍ପର୍କୀୟ ଙ୍କ ଶବଦାହ କରି ପୁରୀରୁ ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି।

Related posts

୧୯ ଜିଲ୍ଲାରୁ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

ହାତୀ ଆକ୍ରମଣରେ ବୃଦ୍ଧା ମୃତ

mahabharatanews

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews