ଓଡିଶା

 ପିପିଲି ଟୋଲ ଗେଟ୍ ନିକଟରେ ଗୁଳି ଚାଳନା , କର୍ମଚାରୀ ଆହତ  

(ପିପିଲି) : ପିପିଲି ଟୋଲ ଗେଟ୍ ନିକଟରେ ଫାଙ୍କା ଗୁଳି ଚାଳନା । ଫଳରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।ତେବେ ନିମାପଡ଼ାର ଏକ ବିଲରୁ ୩ ଜଣଙ୍କୁ କାବୁ କରିଛି ପୋଲିସ । ଟୋଲ୍ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ ପରେ ଫାଙ୍କା ଗୁଳିମାଡ଼ କରିଛନ୍ତି । ୭ ଜଣ ଦୁର୍ବୃତ୍ତ ଏକ କାରରେ ଭୁବନେଶ୍ବରରୁ ପୁରୀ ଯାଉଥିବା ବେଳେ ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ସୂଚନାନୁଯାୟୀ , ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା ପାଇଁ ନାକେଦମ୍ ହୋଇଛି ପୋଲିସ । କାର ସହ ୩ଜଣ ଡକାୟତଙ୍କୁ ଅଟକ ରଖିଛି ପୋଲିସ । ଆକ୍ରମଣରେ ଟୋଲ କର୍ମଚାରୀ ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related posts

ଏଣିକି ମାସକୁ ୧୨ ଦିନ ସ୍କୁଲ ପରିଦର୍ଶନରେ ଯିବେ ବିଇଓ

mahabharatanews

ବନ୍ଦ ହେଲା ହୀରାକୁଦ ଗେଟ,ମଧ୍ୟମ ଧରଣର ବନ୍ୟା ଆଶଙ୍କା

mahabharatanews

ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର 

mahabharatanews