ଅପରାଧ

ଜବତ ହେଲା ୭୫ ଲିଟର ଚୋରା ମଦ

କେନ୍ଦ୍ରାପଡା(ମହାଭାରତ): ପୁଣି ଜବତ ହେଲା ବିପୁଳ ପରିମାଣର ମଦ । କେନ୍ଦ୍ରପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର-ନିକିରାଇ ରାସ୍ତାରୁ ଜବତ ହୋଇଛି ଚୋରା ମଦ । ଏହି ମଦ ଜବତ କରିବା ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ବେଆଇନ ଭାବେ ଇନ୍ଦୁପୁର-ନିକିରାଇ ରାସ୍ତା ଦେଇ ଚୋରା ମଦ ଯାଉଥିବାର କୌଣସି ସୂତ୍ରରୁ ଖବର ପାଇଥିଲା ନିକିରାଇ ପୋଲିସ । ତେଣୁ ନିକିରିଆ ଛକ ନିକଟରେ ପୋଲିସ ପୂର୍ବରୁ ଛକି ବସିଥିଲା । ଏହି ସମୟରେ ୭୫ ଲିଟର ଚୋରା ମଦ ନେଇ ଯାଉଥିବା ଏକ ମାରୁତି ଭ୍ୟାନିକୁ ପୋଲିସ ଅଟକାଇଥିଲା । ଚଢାଉ କରି ଗାଡିରୁ ମୋଟ ୭୫ ଲିଟର ଚୋରା ମଦ ଜବତ ହେବା ସହ ଉକ୍ତ ଗାଡିକୁ ପୋଲିସ ଜବତ କରିଛି । ୧୫ଟି ପେଟିରେ ଭର୍ତ୍ତି କରି ଏହି ମଦ ସବୁକୁ ଦୁହୁରିଆ ଚାଲାଣ ହେଉଥିବା ବେଳେ ଚଢାଉ କରିଥିଲା ପୋଲିସ । ଏଥିସହିତ ମଦ ନେଇଯାଉଥିବା କସୋଟି ଗ୍ରାମର ଅଲେଖ ଚନ୍ଦ୍ର ମଲ୍ଲିକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

Related posts

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ପରୀ ହତ୍ୟାକାରୀକୁ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

mahabharatanews

ବରମୁଣ୍ଡା ବସଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ

mahabharatanews