ଓଡିଶା

୧ ଫେବୃଆରୀରୁ ବିଏମ୍‌ ସି ଅଞ୍ଚଳରେ ଆମିଷ ବିକ୍ରି ନେଇ କଟକଣା କଡ଼ାକଡ଼ି ଲାଗୁହେବ

ଭୁବନେଶ୍ୱର ବିମାନବନ୍ଦରକୁ ପକ୍ଷୀ ଭୟ। ପକ୍ଷୀ ମାଡ଼ ଜନିତ ଅଘଟଣକୁ ରୋକିବାକୁ କଠୋର ହୋଇଛି ବିଏମସି।  ୧ ଫେବୃଆରୀରୁ ବିଏମ୍‌ ସି ଅଞ୍ଚଳରେ ଆମିଷ ବିକ୍ରି ନେଇ କଟକଣା କଡ଼ାକଡ଼ି ଲାଗୁହେବ। ଏନେଇ ଏକ SOP ଜାରି କରିଛି ବିଏମ୍ ସି। ଭୁବନେଶ୍ଵର ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳରେ ଆମିଷ ବିକ୍ରି ହେଉଛି। ଚାରି ପାଖରେ ଫାଷ୍ଟଫୁଡ୍ ଦୋକାନ ନ ରହିଛି। ଫଳରେ ଖାଦ୍ୟ ଆଶାରେ ପକ୍ଷୀମାନେ ଚାରିପାଖ ଉଡୁଛନ୍ତି।

ଖୋଲାରେ ଆମିଷ ବର୍ଜ୍ୟ ପକାଇଲେ ଜରିମାନା। ମାଛ, ମାଂସ, ଫାଷ୍ଟଫୁଡ୍ ଦୋକାନୀଙ୍କୁ ଚେତାବନୀ।  ଆମିଷ ବର୍ଜ୍ୟଗୁଡିକୁ ଖୋଲା ଜାଗା, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ ରଖାଯିବ ନାହିଁ। କୌଣସିମତେ ରାସ୍ତା, ଡ୍ରେନ, ଖଲା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନରେ ଆବର୍ଜନାପକାଇବାକୁ ଅନୁମତି ଦିଆଯିବ ନାହିଁ।  ରାସ୍ତା, ନାଳ, ଖୋଲାସ୍ଥାନ, ଜଳାଶୟ କିମ୍ବା ପଡିଆ ଜମିରେ ମାଛ, ମାଂସ ଏବଂ କୁକୁଡା ବର୍ଜ୍ୟବସ୍ତୁ ନିଷ୍କାସନକୁ ନିଷେଧ କରାଯାଇଛି। ସମସ୍ତ ବର୍ଜ୍ୟ କେବଳ ବିଏମ୍‌ସି ସଫେଇ ଗାଡିକୁ ହସ୍ତାନ୍ତର କରା‌ଯିବ ବୋଲି ଏଓପି ଜାରି କରାଯାଇଛି।

 

Related posts

ଆସନ୍ତା ୧୯ରୁ ୨୧ ତିନି ଦିନ ଧରି ହେବ ଦେବ ଦୀପାବଳୀ

mahabharatanews

ଦୁଇ ପୃଥକ ସଡକ ଦୁର୍ଘଟଣାରେ ୨ ମୃତ

mahabharatanews

ଅଗ୍ନିକାଣ୍ଡରେ ୬ ବଖରା ପୋଡ଼ି ପାଉଁଁଶ

mahabharatanews