ଓଡିଶା

୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

ଅନୁଗୁଳ: ୮ ବର୍ଷର୍ ବାଳକକୁ ମହାନଦୀକୁ ଟାଣିନେଲା କୁମ୍ଭୀର । ଟିକରପଡ଼ା ମହାନଦୀ କୂଳରେ ଖେଳୁଥିବା ବେଳେ ଟାଣିନେଲା କୁମ୍ଭୀର । ମହାନଦୀରୁ ବାଳକର ମୃତଦେହକୁ ଉଦ୍ଧାର କଲେ ଲୋକେ । ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ହୋଇଥିବା ସୂଚନା ରହିଛି ।
ସୂଚନା ଅନୁସାରେ ପିଲାଟି ଆଜି ଟିକରପଡ଼ା ମହାନଦୀ କୂଳରେ ଖେଳୁଥିଲା । ଏହି ସମ୍ରରେ ହଠାତ ଏକ କୁମ୍ଭୀର ସମୁୂଦ୍ରରୁ ଆସି ନାବାଳକକୁ ଟାଣି ନେଇଥିଲା । ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପିଲାଟିକୁ ମହାନଦୀରେ ଖୋଜାଖୋଜି କରିଥିଲେ । ଖୋଜାଖୋଜି କରିବାର କିଛି ସମୟ ପରେ ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କରାଯାଇଥିଲା । ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Related posts

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

mahabharatanews

ରାସ୍ତା କଡକୁ ଓଲଟିଲା କାର, କାର ଛାଡି ଚାଲିଗଲେ ଡ୍ରାଇଭର

mahabharatanews

ବହୁ ପ୍ରତିଭାର ଅଧିକାରୀ ଜଣେ ଶିକ୍ଷାବିତ

mahabharatanews