ଅନୁଗୁଳ: ୮ ବର୍ଷର୍ ବାଳକକୁ ମହାନଦୀକୁ ଟାଣିନେଲା କୁମ୍ଭୀର । ଟିକରପଡ଼ା ମହାନଦୀ କୂଳରେ ଖେଳୁଥିବା ବେଳେ ଟାଣିନେଲା କୁମ୍ଭୀର । ମହାନଦୀରୁ ବାଳକର ମୃତଦେହକୁ ଉଦ୍ଧାର କଲେ ଲୋକେ । ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ହୋଇଥିବା ସୂଚନା ରହିଛି ।
ସୂଚନା ଅନୁସାରେ ପିଲାଟି ଆଜି ଟିକରପଡ଼ା ମହାନଦୀ କୂଳରେ ଖେଳୁଥିଲା । ଏହି ସମ୍ରରେ ହଠାତ ଏକ କୁମ୍ଭୀର ସମୁୂଦ୍ରରୁ ଆସି ନାବାଳକକୁ ଟାଣି ନେଇଥିଲା । ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପିଲାଟିକୁ ମହାନଦୀରେ ଖୋଜାଖୋଜି କରିଥିଲେ । ଖୋଜାଖୋଜି କରିବାର କିଛି ସମୟ ପରେ ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କରାଯାଇଥିଲା । ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
