Uncategorized

ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି

ଗୌହାଟୀ: ଆସାମ ବନ୍ୟାରେ ଆଉ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି। ସେହିପରି ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଆସାମର ୩୩ ଜିଲ୍ଲା ମଧ୍ୟରୁ ୨୩ ଜିଲ୍ଲାର ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନଓ୍ଵାଲଙ୍କୁ ଫୋନ କରି ବନ୍ୟା ସମ୍ବନ୍ଧିତ ଅବସ୍ଥା ବିଷୟରେ ଆଲୋଚନା କରିଛନ୍ତି।
ଚଳିତ ବର୍ଷ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନରେ ୧୧୦ ଜଣଙ୍କ ମୃତ୍ୟୁ ହେଲାଣି । ଏଥିରୁ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୮୪ ଏବଂ ଭୂସ୍ଖଳନ କାରଣରୁ ୨୬ମୃତ୍ୟୁ ହୋଇଛି। ଆସାମରେ ୩୩ ଜିଲ୍ଲା ମଧ୍ୟରୁ ୨୪ ଜିଲ୍ଲାରେ ବନ୍ୟା ଯୋଗୁଁ ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଅନେକ ଘର, ଫସଲ,ସଡକ ଏବଂ ପୋଲ ଧୋଇ ଯାଇଛି।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ରବିବାର ମୋରିଗାଓଁ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Related posts

ସ୍ପେନର ରାଜଧାନୀରେ ଅଗ୍ନିକାଣ୍ଡ

mahabharatanews

୨୦ହଜାର କୋଟି ଖରାପ ଋଣ ରାଣାଙ୍କ ନିର୍ଦ୍ଦେଶରେ ହୋଇଥିଲା: ଇଡି

mahabharatanews

ସିନେମା ହଲ ପାଇଁ କେନ୍ଦ୍ର ଜାରି କଲା ଏସଓପି

mahabharatanews