Uncategorized

ଇଫକୋ କାରଖାନାରେ ଗ୍ୟାସ ଲିକ: ୨ ମୃତ, ୧୫ ଗୁରୁତର

(ଲକ୍ଷ୍ନୌ): ପ୍ରୟାଗରାଜ ଫୁଲପୁର ସ୍ଥିତ ଇଫକୋ କାରଖାନାରେ ବଡ ଦୁର୍ଘଟଣା ଘଟିଛି । ମଙ୍ଗଳବାର ରାତିରେ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ ହୋଇ ୨ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଅନେକ କର୍ମଚାରୀ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆମୋନିଆ ଗ୍ୟାସ ନିର୍ଗତ ହେବା ଦ୍ୱାରା ୧୫ ଜଣ କର୍ମଚାରୀ ଗୁୁରତର ହୋଇଛନ୍ତି । ତେବେ ୟୁରିଆ ଉପତ୍ସାଦନ ୟୁନିଟରେ ପମ୍ପରୁ ଗ୍ୟାସ ଲିକ ହୋଇଥିବା ଆଶଙ୍କା କରାଯାଉଛି । ମଙ୍ଗଳବାର ବିଳମ୍ବିତ ରାତି ଯାଏ ପ୍ଲାଣ୍ଟରେ କାମ ଚାଲିଥିଲା । ରାତିରେ ୧୦୦ ଜଣ କର୍ମଚାରୀ କାମ କରୁଥିଲେ । ଦୁର୍ଘଟଣା ପରେ ପ୍ଲାଣ୍ଟକୁ ବନ୍ଦ କରିଦିଆଯାଇଛି ବୋଲି ପ୍ରୟାଗରାଜ ଜିଲ୍ଲାପାଳ ଭାନୁଚନ୍ଦ୍ର ଗୋସ୍ୱାମୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ଗ୍ୟାସ ଲିକ ହେଲା ତାହା ଏଯାଏ ଜଣାପଡିନାହିଁ ।

Related posts

ମୌସୁମୀ ଅଧିବେଶନ: ପୃଥକ ପୃଥକ ଦିନରେ ବସିବ ଗୃହ

mahabharatanews

ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା 

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଛୋଲେ କୁଲ୍ଚା

mahabharatanews