ବିଶ୍ୱ

ସହାୟତା ନେଲା ବେଳେ ଦଳାଚକଟାହୋଇ ଚାଲିଗଲା ୮୫ଜୀବନ

ୟେମେନ: ୟେମେନରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚ୍ଟା ହୋଇ ପ୍ରାୟ ୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ୟେମେନର ରାଜଧାନୀ ସାନାଠାରେ ଏଭଳି ଦୁଖଦାୟକ ଘଟଣା ଘଟିଛି । ଆଗକୁ ଉଦ ଥିବାବେଳେ ଗରୀବଙ୍କ ପାଇଁ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଅତ୍ୟଧିକ ଭିଡ ଯୋଗୁ ଏଭଳି ଅଘଟଣ ଘଟିଛି ।
ସୂଚନା ଅନୁସାରେ ଗତକାଲି ବଳମ୍ବିତ ରାତିରେ ୟେମେନ ରାଗଧାନୀ ସାନାରେ ଆର୍ଥିକ ସହାୟତା ବଣ୍ଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଦଳାଚକଟା ହୋଇଥିଲା । ସୁସଲିମ ସମ୍ପ୍ରଦାୟର ପବିତ୍ର ରାମଜାନ ମଙ୍କସର ଶେଷ ଦିନରେ ବ୍ୟବସାୟୀଙ୍କ ପକ୍ଷରୁ ସହୟତା ବିତରଣ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଶଶୁଙ୍କ ସମେତ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ । ସହାୟତା ନେବାକୁ ଲେକଙ୍କ ଭିତରେ ଧାଁ ଦୌଡ ହେବାରୁ ଦଳାଚକଟା ହୋଇଥିଲା । ଏହି ଘଟଣା ପରେ ଆୟୋଜକଙ୍କୁ ହେପାଜତରେ ନିଆଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦଳାଚକଟା ହେଲା ତାହାର ତଦନ୍ତ ଜାରି ରହିଛି ।

Related posts

ଚୀନରେ କରୋନାର କାୟା ; କୋଭିଡର ସବୁ ରେକର୍ଡ ଭାଙ୍ଗିପାରେ ଚୀନ୍

mahabharatanews

ଆତଙ୍କବାଦୀକୁ ଶକ୍ତି ଦେଉଛି ଚୀନ

mahabharatanews

ଗିରଫ ହେଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

mahabharatanews