ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଦେଲେ ଚୋର । ଅଭିଯୋଗ ହେବା ପରେ ଚୋରି ସୁନାଗହଣା ଓ ଟଙ୍କା ଜବତ କରିବା ସହ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଚୋରଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି । ଗତ ଅଗଷ୍ଟ ୧୪ ତାରିଖରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନରେ ଏହି ଚୋରି ହୋଇଥିଲା ।
ସୂଚନା ଅନୁଯାୟୀ, ଟପୁର ଥାନା ଅଞ୍ଚଳରେ ସୁଧାକର ପ୍ରଧାନଙ୍କ ଘର । ଅଗଷ୍ଟ ୧୪ ତାରିଖରେ ଘରେ କେହି ନ ଥିଲେ । ଏହାର ସୁଯୋଗ ନେଇ ତାଙ୍କ ଘରେ ପଶି କେହି କଳା କନା ବୁଲାଇ ଦେଇଥିଲା । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ତଦନ୍ତ ଆରମ୍ଭ କରି ପୁଲିସ ୬ ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କୁ ଚୋରିରେ ସମ୍ପୃକ୍ତିକୁ ନେଇ ଗିରଫ କରିବା ସହ ଆଗକୁ ତଦନ୍ତ ଜାରି ରଖିଛି । ପୁଲିସ ଚୋରି ହୋଇଥିବା ସୁନାକୁ ଦିଗପହଣ୍ଡିର ସୁନା ବ୍ୟବସାୟୀଙ୍କଠାରୁ ଜବତ କରିଛି । ଚୋରି ପରେ ସେହି ସବୁ ସୁନା ଅଳଙ୍କାରକୁ ଚୋର ସୁନା ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ । ଏହି ମାମଲାରେ ପୁଲିସ ଉକ୍ତ ବ୍ୟବସାୟୀ ପ୍ରମୋଦ ନାୟକକୁ ଗିରଫ କରି ଚୋରି ଅଳଙ୍କାର ଜବତ କରିଛି । ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।