bharat

ଭାରତ ପାଇଁ ଅଡୁଆ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ, ସମୁଦ୍ର ପଥରେ ହାଇଆଲର୍ଟ

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଥମିବାର ନାଁ ନେଉନି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ି ପଳାଇଥିଲେ ମଧ୍ୟ ହିଂସା ଭୟଙ୍କର ହେବାରେ ଲାଗିଛି। ଏପଟେ ବାଂଲାଦେଶ ପାଇଁ ଭାରତରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶ ଭିତରକୁ ଅନୁପ୍ରବେଶକାରୀଙ୍କ ପ୍ରବେଶ ଆଶଙ୍କା ଥିବାରୁ ସୀମରେ ହାଇଆଲର୍ଟ ଜାରି ହୋଇଛି । ଜଳପଥରେ ଅନୁପ୍ରବେଶ ରୋକିବା ପାଇଁ ଆଲର୍ଟ ମୋଡରେ ସାମୁଦ୍ରିକ ଥାନା । ହେଲେ ଅନେକ ଥାନାରେ ଭିତ୍ତିଭୂମି କି କର୍ମଚାରୀ ନାହିଁ ।

ଉପକୂଳରେ ରହୁଥିବା ବାଂଲାଦେଶୀଙ୍କ ସମ୍ପର୍କୀୟ ଜଳପଥ ଦେଇ ପ୍ରବେଶ କରିବାର ଆଶଙ୍କା ବଢ଼ିଯାଇଛି। ତେଣୁ ସାମୁଦ୍ରିକ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି । ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ପିଡ୍ ବୋଟ୍କୁ ସମୁଦ୍ରରେ ପାଟ୍ରୋଲିଂ ପାଇଁ ମୁତୟନ କରାଯାଇଛି।

ଏପଟେ ଅଶାନ୍ତ ବାଂଲାଦେଶରେ କାର୍ୟ୍ୟରତ ଭାରତୀୟ ଦୂତାବାସର ୧୯୦ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସ୍ୱଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସେମାନେ ଭାରତ ଫେରିଛନ୍ତି। ଏବେ ବି ପ୍ରାୟ ୩୦ ବରିଷ୍ଠ ଅଧିକାରୀ ଓ କୂଟନୈତିଜ୍ଞ ବାଂଲାଦେଶସ୍ଥିତି ଭାରତୀୟ ଦୂତାବାସରେ କାର୍ୟ୍ୟରତ ଅଛନ୍ତି।

Related posts

ବଦଳିଯିବ ଆୟୁଷ୍ମାନ ଯୋଜନା! ମଧ୍ୟବିତ୍ତଙ୍କୁ ମିଳିବ ମାଗଣା ଚିକିତ୍ସା

mahabharatanews

ଯୁବକଙ୍କୁ ଜୀଅନ୍ତା ଗିଳିଦେବାକୁ ବସିଥିଲା ଅଜଗର, ଦେଖନ୍ତୁ ଭିଡିଓ

mahabharatanews

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ ପରେ ଏଥର ପେଟ୍ରୋଲ ପମ୍ପରେ ଲିମିଟ୍‌ରେ ମିଳିବ ତେଲ ।

mahabharatanews