ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ମୃତକଙ୍କ ନିକଟରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ, ଗଜପତି, କେନ୍ଦୁଝର, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖା ରହିଛନ୍ତି ।
ଗଞ୍ଜାମ ଜିଲ୍ଲାର ଜଣେ ଉଚ୍ଚ ରକ୍ତଚାପରେ ପୀଡିତ ୫୩ ବର୍ଷ ବୟସ୍କ ପୁରୁଷ ଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଜଣେ ୬୩ ବର୍ଷ ବୟସ୍କ ପୁରୁଷ, ମଧୁମେହ ଏବଂ ତୀବ୍ର କିଡନୀ ଆଘାତରେ ମଧ୍ୟ ପୀଡିତ ଜଣେ ୪୨ ବର୍ଷ ବୟସ୍କ ପୁରୁଷ, ୫୨ ବର୍ଷ ବୟସ୍କା ମହିଳା ଓ ୫୯ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ଜଣେ ୨୧ ବର୍ଷ ବୟସ୍କ ପୁରୁଷ, ଡାଇବେଟିସ୍ (ଟାଇପ୍-୨) ରେ ମଧ୍ୟ ପୀଡିତ ଥିଲେ, ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା, ଗଜପତି ଜିଲ୍ଲାର ୨୭ ବର୍ଷ ବୟସ୍କ ପୁରୁଷ ଓ ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ ତାଙ୍କ ମୃତ୍ୟୁ ହୋଇଛି ।
previous post
