ଓଡିଶାଭାରତ

ଓଡିଶା ଆସି ଶିମିଳିପାଳ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବନେଶ୍ୱର:ଆସନ୍ତା ୪ରୁ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଓଡିଶାରେ ୩ ଦିନ ରହିବାର କାର୍ଯ୍ୟକ୍ରମ ରହିଛି । ୫ତାରିଖରେ ଶିମିଳିପାଳ ଗସ୍ତ କରିବେ ରାଷ୍ଟ୍ରପତି । ପରେ ୬ତାରିଖରେ ମହାରାଜା ଶ୍ରୀରମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗସ୍ତରୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ କରି ବାରିପଦା ସମେତ ସାରା ମୟୂରଭଞ୍ଜ ଚଳଚଞ୍ଚଳ ହୋଇ ଉଠିଛି । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା, ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କାମ ଚାଲିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ହେବ । ସେହିପରି ନିଜ ଜିଲ୍ଲା ତଥା ଜନ୍ମମାଟିକୁ ପ୍ରଥମ ଥର ଗସ୍ତ କରୁଛନ୍ତି ରାଷ୍ଟ୍ରପତି । ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସମସ୍ତେ ଉତ୍ସାହିତ ହୋଇଛନ୍ତି ।

Related posts

ଦିନକୁ ଦୁଇ ଥର ସଫେଇ ଗାଡି ଯିବ-ବିଏମସି

mahabharatanews

ପ୍ରଭୁ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀଙ୍କୁ ଭେଟିଲେ ମୋଦୀ

mahabharatanews

 ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ପାଇପ ଯୋଗେ ଦିଆଯାଉଛି ଅକ୍ସିଜେନ୍

mahabharatanews