ଓଡିଶା

ସ୍କ୍ରବ୍ ଟାଇଫସ ଆତଙ୍କ;  ସୁନ୍ଦରଗଡ଼ରେ ସଂଖ୍ୟା ୩୦୪କୁ ବୃଦ୍ଧି

(ଭୁବନେଶ୍ୱର) : ରାଜ୍ୟରେ ଡେଙ୍ଗୁ ସହିତ ସ୍କ୍ରବ୍ ଟାଇଫସ ଆତଙ୍କ ମଚାଇଛି । ଗତ ୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ। ୩୪ ରକ୍ତ ନମୁନାରୁ ୯ ପଜିଟିଭ ଚିହ୍ନଟ। ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଲା। ଏନେଇ ସୂଚନା ଦେଇଛନ୍ତି ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସୂଚନାନୁଯାୟୀ , ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି ।

Related posts

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

mahabharatanews

ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

mahabharatanews

ଆଜି ଓଢଣ ଷଷ୍ଠୀ ନୀତି; ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର 

mahabharatanews