ଓଡିଶା

ଫୁଲୁଛି ବୈତରଣୀ, ଚିନ୍ତାରେ ଲୋକେ 

(ବୈତରଣୀ) : ଦୁଇ ଦିନ ଲଗାଣ ବର୍ଷା ହେତୁ ବୈତରଣୀ ଫୁଲିବାରେ ଲାଗିଛି। ଆଖୁଆପଦାଠାରେ ବୈତରଣୀର ବିପଦସଂକେତ ୧୭.୮୩ ମିଟର ଥିବା ବେଳେ ରାତି ୮ଟା ସୁଦ୍ଧା ଏଠାରେ ଜଳସ୍ତର ୧୭.୭୯ ମିଟର ରହିଛି। ୧୦ ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି। ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି।

ସୂଚନାନୁଯାୟୀ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ଗତକାଲି ବୈତରଣୀ ନଦୀବନ୍ଧର ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା। ଜଳସେଚନ ବିଭାଗ ପକ୍ଷରୁ ଧସିଥିବା ସ୍ଥାନରେ ଜେସିବି ବ୍ୟବହାର ସହ ବଲ୍ଲା ପୋତାଯାଇ ମରାମତି କାର୍ଯ୍ୟ କରାଯାଉଛି।  ଧସିଥିବା ସ୍ଥାନରେ ବୈତରଣୀ ନଦୀ ମୋଡ଼ ବଦଳାଇଛି। ଏଣୁ ବନ୍ୟାଜଳ ଆସିଲେ ସିଧା ବନ୍ଧରେ ମାଡ଼ ହେବ। ଏହି କାରଣରୁ ରାତିରେ ବନ୍ଧ ଉପରେ ସ୍ଥାନୀୟ ଲୋକେ ଜଗି ରହିଛନ୍ତି। ଆଖୁଆପଦା ଠାରେ ଆଜି ରାତିରେ ବୈତରଣୀ ବିପଦ ସଂକେତ ଅତିକ୍ରମ କରିବାର ଆଶଙ୍କା ରହିଛି ବୋଲି ଆଶଙ୍କା ରହିଛି  ।

Related posts

ଆଜି ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

mahabharatanews

କୋଣାର୍କ ସୁତା କଳକୁ କାର୍ୟ୍ୟ କାରି କରିବା ପାଇଁ ଦାବି

mahabharatanews

ଲାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍

mahabharatanews