ଓଡିଶା

ଆଜି ଆଉ ୯୦ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୫

ଭୁବନେଶ୍ଵର : ଆଜି ରାଜ୍ୟରେ ଆଉ ୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ୯୦ ଜଣଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଏବଂ ୧୧ ଜଣ ସ୍ଥାନୀୟ ଲୋକଥିବା ସୂଚନା ଦିଆଯାଇଛି ।
ଏହି ୯୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫, ନୟାଗଡ଼ରୁ ୭, ଗଂଜାମରୁ ୨୨, ଢେଙ୍କାନାଳରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୭, ସୁନ୍ଦରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ପୁରୀରୁ ୨, ଅନୁଗୁଳ, ବାଲେଶ୍ୱର, କଳାହାଣ୍ଡି, ସମ୍ବଲପୁର ଓ ବରଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି । ୧୦୫୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ବିଦ୍ୟୁତ୍ ସ୍ପର୍ଷରେ ଯୁବ ଚାଷୀ ମୃତ

mahabharatanews

ଆନ୍ଧ୍ର ସୀମାନ୍ତର ୭ କିଲୋମିଟର ରାସ୍ତାନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

mahabharatanews

ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

mahabharatanews