ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୩୮ ଜଣ ଅଛନ୍ତି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୭୮ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ବେଳେ, ୪୧୫ ଲୋକାଲ କେସ୍ ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଥିବା ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଅନୁଗୁଳ- ୧୮, ବାଲେଶ୍ୱର- ୩୦, ବରଗଡ଼- ୧୦, ଭଦ୍ରକ- ୧୨, ବଲାଙ୍ଗିର- ୧୩, ବୌଦ୍ଧ- ୧, କଟକ- ୯୫, ଦେବଗଡ଼- ୪, ଢେଙ୍କାନାଳ- ୩୨, ଗଜପତି- ୧, ଗଂଜାମ- ୫, ଜଗତସିଂହପୁର- ୫୧, ଯାଜପୁର- ୬୦, ଝାରସୁଗୁଡ଼ା- ୨, କଳାହାଣ୍ଡି- ୨, କନ୍ଧମାଳ- ୭, କେନ୍ଦ୍ରାପଡ଼ା- ୧୫, କେନ୍ଦୁଝର- ୧୦, ଖୋର୍ଦ୍ଧା- ୪୧୯, କୋରାପୁଟ- ୧, ମାଲକାନଗିରି- ୧, ମୟୂରଭଞ୍ଜ- ୪୨, ନବରଙ୍ଗପୁର- ୧, ନୟାଗଡ଼- ୧୬, ନୂଆପଡ଼ା- ୧, ପୁରୀ- ୨୫, ରାୟଗଡ଼ା- ୩, ସମ୍ବଲପୁର- ୧୧, ସୁବର୍ଣ୍ଣପୁର- ୫, ସୁନ୍ଦରଗଡ଼- ୮, ଷ୍ଟେଟପୁଲ୍- ୯୩ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡ଼ାରୁ ୯, ଢେଙ୍କାନାଳରୁ ୭, ଅନୁଗୁଳ ଓ ବାଲେଶ୍ୱରରୁ ୫ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜରୁ ୩ ଲେଖାଏଁ, ପୁରୀରୁ ୨, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭,୦୮୬କୁ ବୃଦ୍ଧି ପାଇଛି।