ପାରାଦୀପ : ପୋଲିସକୁ ମାଡ ମାରିବା ଘଟଣା ରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ବେଳେ ଉତେଜନା । ପାରାଦୀପ୍ ଲକ୍ ଥାନା ସମ୍ମୁଖ ରେ ଗତ କାଲି ଡିଉଟି କରିବା ସମୟ ରେ ଲକ୍ ଥାନା ଏଏସଆଇ ଅଶୋକ କୁମାର ମହାନ୍ତି ଙ୍କୁ ଦୁଇଜଣ ଟ୍ରକ୍ ମାଲିକ ପ୍ରମୋଦ ପ୍ରତିହାରୀ ଓ ପାରାଦୀପ୍ ଟ୍ରକ୍ ମାଲିକ ସଂଘ ର ଉପସଭାପତି ପ୍ରଦୀପ ଗାହାଣ ଆସି ମହାନ୍ତି ଙ୍କ ସହ କଣ ପାଇଁ ରାସ୍ତା ରେ ଟ୍ରକ୍ ଗୁଡିକ ଧାଡ଼ି ଭାଙ୍ଗି ଯାଉଛନ୍ତି ଓ ତାଙ୍କୁ କଣ ପାଇଁ ତାଙ୍କୁ ଅଟକାଉନାହାନ୍ତି କହି ଯୁକ୍ତି ତର୍କ କରିଥିଲେ । ଘଟଣା ଏଭଳି ହୋଇଥିଲା ଯେ ଉକ୍ତ ଦୁଇଜଣ ଟ୍ରକ ମାଲିକ କୁଆଡେ ଏଏସଆଇ ମହାନ୍ତିଙ୍କୁ କଲର ଧରି ଟାଣିବା ପର୍ୟ୍ୟନ୍ତ କଥା ଯାଇଥିଲା । ଏହାପରେ ଉକ୍ତ ଦୁଇଜଣ ଙ୍କୁ ଲକ୍ ଥାନା ପୋଲିସ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିବା ଫଳରେ ଲୋକ ଥାନା ଆଗରେ ତାଙ୍କ ସମର୍ଥକ ମାନେ ତାଙ୍କୁ କୋର୍ଟ ଚାଲାଣ ନକରିବା ପାଇଁ ଅଡି ବସିଥିଲେ । ଶେଷରେ ପୋଲିସ ଧାରଣାରତ ସମର୍ଥକ ମାନଙ୍କୁ ଫୋର୍ସ ଲଗାଇ ଉଠାଇବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ପ୍ରତିଦିନ ପୋଲିସ କୁ ହାତ କରି କିଛି ଟ୍ରକ୍ ମାଲିକ ମାନେ ଦଲାଲ ମାଧ୍ୟମରେ ଟଙ୍କା ଦେଇ ଧାଡ଼ି ଭାଙ୍ଗି ଟ୍ରକ ଗୁଡିକୁ ଆଗକୁ ପଠାଉଥିବା ବେଳେ ପ୍ରତିଦିନ ରାସ୍ତା ଜାମ ହେଉଛି ଓ ପୋଲିସ କୁ ଏହି ଘଟଣା ଉପରେ ଉକ୍ତ ଦୁଇ ଟ୍ରକ ମାଲିକ ମାନେ ଗତକାଲି କହିବାରୁ ଏଭଳି ଅନ୍ୟାୟ ଭାବେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଗଲା ବୋଲି ତାଙ୍କ ସମର୍ଥକ ମାନେ ପ୍ରକାଶ କରିଛନ୍ତି ।