ଓଡିଶା

ଅକ୍ଟୋବରରେ ଖଣି ନିଲାମ,ଡିସେମ୍ବରରେ ବାତିଲ

(ହରପ୍ରସାଦ ବିଶୋଇ)ମହାଭାରତ: ଖଣି ନିଲାମ ବାତିଲ ହୋଇଛି । ଗତ ଅକ୍ଟୋବର ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମି ଟେଣ୍ଡରକୁ ବାତିଲ କରିଛନ୍ତି । ଏଣିକି ସବୁ ଖଣିର ସାନି ନିଲାମି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ନୂଆ ଖଣି ନିଲାମ ପ୍ରକ୍ରିୟାରେ ଆଉ କିଛି ସର୍ତ୍ତାବଳୀ ଯୋଡାଯିବ ବୋଲି ସରକାର ସୂଚନା ଦେଇଛନ୍ତି ।
ଗତ ଅକ୍ଟୋବର ୪ରୁ ସରକାର ଖଣି ନିଲାମ ପ୍ରକ୍ରିୟାରେ କିଛି ସାଙ୍ଘାତିକ ତ୍ରୁଟି ଥିବା ଅଭିଯୋଗ ହୋଇଛି । ତେଣୁ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିବା ସହିତ ଗତ ୩୦ ତାରିଖରେ ବୈଷୟିକ ମୂଲ୍ୟାୟନ କମିଟି ଓ ଉଚ୍ଚ ସ୍ତରୀୟ କମିଟି ବୈଠକ ଡାକି ଅଭିଯୋଗର ସମୀକ୍ଷା କରିଥିଲେ। ଏଥିରେ ୩ଟି ଯାକ ନିଲାମ ପ୍ରକ୍ରିୟା ବାତିଲ କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିଲା। ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଅକ୍ଟୋବର ୪ ଓ ୧୪ ତାରିଖରେ ନିଲାମ ଡକାଯାଇଥିବା ୨୦ ଖଣିର ସାନି ନିଲାମ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ଜାରି ହେବ।

Related posts

ସୃଷ୍ଟି ହେଲା ଏକ ଲଘୁଚାପ,୮ଜିଲ୍ଲାରେ ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି 

mahabharatanews

ମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫ

mahabharatanews

 ଭାଗବତ ପ୍ରଧାନ ଓ ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ସମ୍ମାନ

mahabharatanews