ଓଡିଶା

ରୋଗୀ ଆଣିବାକୁ ଯିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

(ମହାଭାରତ, ନୀଳଗିରି): ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ଭାଲୁକାଶୁଣି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରୋଗୀ ଆଣିବାକୁ ଯାଉଥିବା ବେଳେ ଗୋଟିଏ ୧୦୮ ଆମ୍ବୁଲାନ୍ସ ଗଛରେ ପିଟି ହୋଇ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଆମ୍ବୁଲାନ୍ସଟି ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିଲା । ଏହି ସମୟରେ ଆମ୍ବୁଲାନ୍ସଟି ତିନିକୋଶିଆ ଜଙ୍ଗଲରେ ଭାଲୁକାଶୁଣି ନିକଟରେ ଏକ ଗଛରେ ପିଟି ହୋଇ ଯାଇଥିଲା । ଗାଡିର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Related posts

ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀ ଗିରଫ

mahabharatanews

ଏମସରେ ଭର୍ତ୍ତି ହେଲେ  ପ୍ରଦୀପ ପାଣିଗ୍ରାହୀ 

mahabharatanews

ହାଜତ ମୃତ୍ୟୁରେ ବଦଳିଲେ ତଦନ୍ତକାରୀ ଅଫିସର

mahabharatanews