ଓଡିଶା

୨ୟ ଦିନରେ ବାଲୁକା ମହୋତ୍ସବ, ପରିବେଶ ସୁରକ୍ଷାର ବାର୍ତ୍ତା

(ଜୟନ୍ତ କୁମାର ସେଠୀ/ମହାଭାରତ )ଗୋପ: କୋଣାର୍କ ବାଲୁକା ମହୋତ୍ସବ ର ୨ୟ ଦିନ ରେ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ବିଶେଷକରି ପରିବେଶ ସୁରକ୍ଷା ରହିଲେ ଜିବ ଜନ୍ତୁ ସୁରକ୍ଷିତ ରହି ପାରିବେ ବୋଲି ବାର୍ତ୍ତା ଦେଇଛନ୍ତି ଏହି ଶିଳ୍ପୀ ମାନେ । ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଥିବା ଯୋଗୁଁ ବନ୍ୟଜନ୍ତୁ ଲୋପ ପାଉଥିବାର ଝଲକ ମଧ୍ୟ ସେମାନଙ୍କର କଳାକୃତି ରେ ଅ।ଜି ଦେଖିବାକୁ ମିଳିଥିବା ବେଳେ ଏଠାରେ ଭାଗ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଵାଲୁକା ଶିଳ୍ପୀ । ସେପଟେ କଳାକାର ମାନଙ୍କର ଜିବନ୍ତ ଛବି ପର୍ୟ୍ୟଟକଙ୍କ ନିକଟରେ ବେଶ୍ ଅ।ଦୃତ ହୋଇପାରିଛି ।

Related posts

ଲକ୍ଷ୍ମୀ ସହ ମିଲରେ ଅଗ୍ନିକାଣ୍ଡ

mahabharatanews

ରଙ୍ଗବତୀ ଗୀତରେ ନାମିତ ହେଲା ବିଲୁଙ୍ଗ ଗାଁ

mahabharatanews

ଦିୱାଲୀ ପରେ ରାଜ୍ୟରେ ଶୀତର ପ୍ରକୋପ

mahabharatanews