ଅପରାଧଓଡିଶା

ଫାଶୀରେ ଝୁଲିବେ ନିର୍ଭୟା ବଳାତ୍କାରୀ ?

(ମମତା ସାମଲ)ମହ।।ରତ: ହଇଦ୍ରାବାଦର ଗଣବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତକାରୀଙ୍କୁ ଏନକାଉଣ୍ଟର କରିବା ପରେ ଏବେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି. ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତକାରୀଙ୍କୁ ମିଳିବ ଫାଶୀ. ନିର୍ଭୟା କାଣ୍ଡରେ ଦୋଷୀଙ୍କ ରାଜକ୍ଷମା ଗୃହ ମନ୍ତ୍ରାଳୟ ଖାରଜ କରିବା ସହ ଫାଶୀ ମିଳିବା ସ୍ପଷ୍ଟ ହୋଇଛି.
ବହୁ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶୀ. ଗୃହ ମନ୍ତ୍ରାଳୟ ଦୋଷୀଙ୍କ କ୍ଷମା ଆବେଦନ ଖାରଜ କରିଛନ୍ତି. କ୍ଷମା ଆବେଦନ ଖାରଜ କରିବା ସହ ରାଷ୍ଟ୍ରପତିଙ୍କୁ ଗୃହ ମନ୍ତ୍ରାଳୟ ଫାଇଲ୍ ଫେରାଇଛି. ସୁପ୍ରିମକୋର୍ଟରେ ଦଣ୍ଡ କାଏମ ପରେ ରାଜକ୍ଷମା ଆବେଦନ ଥିଲା. ରାଷ୍ଟ୍ରପତିଙ୍କ ନିକଟରେ ଦୋଷୀମାନେ ରାଜକ୍ଷମା ଆବେଦନ କରିଥିଲେ. ଏହାପରେ ରାଷ୍ଟ୍ରପତି କ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟକୁ ପଠାଇଥିଲେ. ତେବେ ଦୋଷୀଙ୍କ ଫାଶୀ ସମ୍ଭାବନାକୁ ରାଷ୍ଟ୍ରପତି ଅଧିକ ସ୍ପଷ୍ଟ କରିଛନ୍ତି. ରାଜସ୍ଥାନର ସିରୋହିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନେଇ ମନ୍ତବ୍ୟ ରଖିଛନ୍ତି. ପୋକ୍ସୋ ଲାଗିଥିବା ଦୁଷ୍କର୍ମୀଙ୍କ ରାଜକ୍ଷମା ମାଗିବା ଅଧିକାର ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି.

Related posts

କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ: କୋଚିଂ ସେଣ୍ଟରରେ ତାଲା

mahabharatanews

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

mahabharatanews

ଆସନ୍ତା ୨୪ ଘଣ୍ଟାରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା 

mahabharatanews