ଓଡିଶା

ଏଣିକି ଶ୍ରୀମନ୍ଦିର ଗଲେ ଏହି ପୋଷାକ ପିନ୍ଧିବେ  

(ପୁରୀ)  : ଏଣିକି ଶ୍ରୀମନ୍ଦିରକୁ ଗଲେ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି ପଠାଯାଇଛି । ମହିଳା ଭକ୍ତମାନଙ୍କୁ ଶାଢ଼ୀ, ଶାଲୱାର୍ କମିଜ୍‌ ପିନ୍ଧିବାକୁ ଚିଠିରେ ଉଲ୍ଲେଖ । ପୁରୁଷ ଭକ୍ତମାନେ ପ୍ୟାଣ୍ଟସାର୍ଟ, ଧୋତି ଆଦି ପରିଧାନ କରିପାରିବେ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନ କରିବାକୁ ପରାମର୍ଶ ।

ସୂଚନାନୁଯାୟୀ , ବିଧିବଦ୍ଧ ଭାବେ କୌଣସି ଡ୍ରେସ୍‌କୋଡ୍‌ ଲାଗୁ ହୋଇନଥିବା କହିଲେ । ନିୟମ ଲାଗୁ ହୋଇନି, ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଉଲ୍ଲେଖ ହୋଇଛି । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜି ଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ ୩ ମାସ ସଚେତନ ପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିୟମ କଡାକଡି ହେବ । ଚିରା-ଫଟା କିମ୍ବା ଛୋଟ ଡ୍ରେସ ପିନ୍ଧିଥିଲେ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ଦିଆଯାଇ ପାରିବ ନାହିଁ । ଆସନ୍ତା ନୂଆବର୍ଷରୁ ଭକ୍ତମାନଙ୍କ ପାଇଁ ଏହି ‘ପୋଷାକ’ କଟକଣା ଲାଗୁ କରାଯିବ ।

Related posts

ଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟ

mahabharatanews

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀ ଶିବିର

mahabharatanews

ବଡ଼ପାଟଣା ଗ୍ରାମପଂଚାୟତର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ସହାୟତାରେ ରନ୍ଧାଖାଦ୍ୟ ବଣ୍ଟନ

mahabharatanews