ଓଡିଶା

୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

(ମଧୂସୁଦନ ବହିଦାର) ବଲାଙ୍ଗୀର : ଆଜି ମନୋହରପୁର ରିର୍ଜବ ପୋଲିସ ପଡ଼ିଆରେ ୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ହେଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଆରକ୍ଷୀଅଧିକାରୀ ଏମ.ସନ୍ଦୀପ ସମ୍ପଦ ଯୋଗଦେଇ ପରେଡ଼ ଅଭିବାଦନ କରିଥିଲେ। ଏହି ଅବସରରେ ଆରକ୍ଷୀଅଧିକାରୀ କହିଥିଲେ ଆଇନ ଶୃଙ୍ଖଳା ,ଟ୍ରାଫିକ ନିୟନ୍ତ୍ରଣ ହେଉକି , ପ୍ରାକୃତିକ ବିପର୍ୟ୍ୟୟ ହେଉ ପ୍ରତ୍ୟେକ କ୍ଷେତ୍ରରେ ଗୃହରକ୍ଷୀଙ୍କ କାର୍ୟ୍ୟଦକ୍ଷତା ଅତ୍ୟନ୍ତ ପ୍ରଶଂସନୀୟ । ସେହିପରି ଗୃହରକ୍ଷୀ ମାନେ ଯେ କୌଣସି ପରିସ୍ଥିତିରେ ସେବା ମନବୃତ୍ତି ନେଇ ସମାଜର ବିଭିନ୍ନ କ୍ଷେତ୍ରରେ କାମ କରିବାକୁ ଆହ୍ଵାନ ଦେଇଥିଲେ। କିଛି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟଦକ୍ଷତା ପାଇଁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ମଧ୍ୟ ସମ୍ମାନିତ କରାଯାଇଛି। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଏସ.ଡି.ପିଓ ଶ୍ରୀମନ୍ତ ବାରିକ, ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ସଦର ଥାନା ଅଧିକାରୀ ତୋଫାନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଆସିକା ପାଇଁ ଗର୍ବ ଆଣିଲେ ବିକ୍ରମ

mahabharatanews

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସୋନପୁରରେ ପୋଲିସର କଡା ଚେକିଂ

mahabharatanews

ଓଡିଶା ଜନତା କଂଗ୍ରେସ ସେବା ସଙ୍ଗଠନର ପ୍ରଶିକ୍ଷଣ ଶିବିର ଉଦଘାଟିତ

mahabharatanews