ଓଡିଶା

ବିଶ୍ୱ ମୃତ୍ତିକା ଦିବସ ପାଳିତ

(ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: ପୁରୀ ଜିଲ୍ଲାର ସତ୍ୟବାବୀ କୃଷିଫାର୍ମ ପରିସରରେ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଯୋଗଦେଇ ମାଟିର ପରୀକ୍ଷା କରିବା ପାଇଁ ଚାଷୀ ମାନଙ୍କୁ ନିବେଦନ କରିଥିଲେ କ୍ଷଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ କମ ଖର୍ଚ୍ଚରେ ଅଧିକ ଅମଳ ହୋଇ ପାରିବ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଯୋଗଦେଇ ମାଟି ସହିତ ସବୁଜ ବିପ୍ଳବ ତଥା ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ବେହେରା ଯୋଗଦେଇ କହିଥିଲେ ଆମର ଦୁଇଟି ମା । ଗୋଟିଏ ହେଲା ମାଟି ଅନ୍ୟଟି ଜନ୍ମଦାତା ମା । ଏହା ସହ ଆତ୍ମା ପରିଚାଳନା କମିଟିର ସଭାପତି ବେବିଲାଲ ମିଶ୍ର, ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ସାମନ୍ତରାୟ, ଶାନ୍ତା ସୁଚରିତା ଦାସ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ମୃତ୍ତିକା ଦିବସ ପାଳନ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ କେତେଜଣ ଚାଷୀଙ୍କୁ ମାଟିର ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ବିଟିଏମ ସୋଲେଶ ଦାସ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ପରେ ପରେ କାର୍ୟ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା ।

Related posts

ଜଳେଶ୍ୱରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ

mahabharatanews

ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

mahabharatanews

କାଲିଠୁ ରାଜ୍ୟର ୫ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews