ଅପରାଧ

ଉନ୍ନାଓ ଘଟଣାକୁ ବିରୋଧ କରି ଝିଅକୁ ଜାଳିବାକୁ ମହିଳାଙ୍କ ଉଦ୍ୟମ

(ନୂଆଦିଲ୍ଲୀ/ମହାଭାରତ): ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜଣେ ମହିଳା ଶନିବାର ଦିନ ସଫଦରଜଙ୍ଗ ଡାକ୍ତରଖାନା ସାମ୍ନାରେ ନିଜ ୬ ବର୍ଷର ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ମହିଳା ଜଣଙ୍କୁ ଗିରଫ କରିଛନ୍ତି । କିନ୍ତୁ ତାଙ୍କ ଝିଅ ଏଥିରେ ଗୁରୁତର ହୋଇପଡିଛି । ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ଝିଅର ଚିକିତ୍ସା ଚାଲିଛି । ପୋଲିସ ଘଟଣାସ୍ଥଳରୁ ମହିଳା ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି । ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ଉକ୍ତ ମହିଳା ଜଣକ ଭାଙ୍ଗି ପଡିଥିଲେ । ଏହି ଘଟଣାକୁ ନେଇ ସେ ବିରୋଧ ପ୍ରଦର୍ଶନ ସମୟରେ ଏମିତି ଘଟଣା ଘଟାଇଛନ୍ତି । ଯାହା ଫଳରେ କି ନିଜର ଝିଅ ଏବେ ଗୁରୁତର ହୋଇପଡିଛି । ସୂଚନାଯୋଗ୍ୟ, ପ୍ରାୟ ୯୦ ଭାଗ ପୋଡି ଯାଇଥିବା ଉନ୍ନାଓ ପୀଡିତାଙ୍କ ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ରେ ମୃତ୍ୟୁ ହୋଇଥିଲେ ।

Related posts

ପେଟ୍ରୋଲିଂ ବେଳେ ଧରାପଡିଲା ଗଞ୍ଜେଇ; ଦୁଇ ଗିରଫ

mahabharatanews

ସ୍କୁଲ ଫି ପାଇଁ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଲେ ସ୍କୁଲ କର୍ତ୍ତୃପକ୍ଷ

mahabharatanews

ମହିଳାଙ୍କ ତଣ୍ଟି ଚିପି ହତ୍ୟାକଲା ସାବତ ପୁଅ

mahabharatanews