ଓଡିଶା

ବିଧାନସଭା ଆଗରେ ଅଖିଳେଶଙ୍କ ଧାରଣା

(ମହାଭାରତ): ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ ପୋଡି ହତ୍ୟା ଘଟଣାକୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି । ଏହି ଘଟଣାକୁ ପ୍ରତିବାଦ କରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ଆଗରେ ଧାରଣା ଦେଇଛନ୍ତି । ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଶୁଡି ପଡିଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିବାରୁ ଅଖିଳେଶ ଏହାର ଦୃଢ ନିନ୍ଦା ମଧ୍ୟ କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିବା ସହ ପୂର୍ବାହ୍ନ ୧୧ଟାରୁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି । ତାଙ୍କ ସହିତ ଦଳୀୟ ନେତା ନରେଶ ଉତ୍ତମ ପଟେଲ ଏବଂ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି । ଧାରଣା ଦେବା ପୂର୍ବରୁ ସେ ୨ ମିନିଟ ନୀରବ ପ୍ରାର୍ଥନା କରି ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଖବର ପ୍ରଚାରିତ ହେବା ପରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସେଠାରେ ପହଞ୍ଚିବା ଆରମ୍ଭ କରିଥିଲେ । ପୀଡିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସମାଜବାଦୀ ପାର୍ଟି ଲଢେଇ ଜାରି ରଖିବ ବୋଲି ଦଳୀୟ ନେତାମାନେ କହିଛନ୍ତି ।

Related posts

କୁଡୁମୁଲୁଗୁମ୍ମା ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ

mahabharatanews

୧୬ରେ ସୃଷ୍ଟି ହେବ  ଏକ ଘୂର୍ଣ୍ଣିବଳୟ

mahabharatanews

ହିଞ୍ଜିଳିକାଟୁ ପୌରାଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

mahabharatanews

Leave a Comment