ଓଡିଶା

ବିଧାନସଭା ଆଗରେ ଅଖିଳେଶଙ୍କ ଧାରଣା

(ମହାଭାରତ): ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ ପୋଡି ହତ୍ୟା ଘଟଣାକୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି । ଏହି ଘଟଣାକୁ ପ୍ରତିବାଦ କରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ଆଗରେ ଧାରଣା ଦେଇଛନ୍ତି । ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଶୁଡି ପଡିଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିବାରୁ ଅଖିଳେଶ ଏହାର ଦୃଢ ନିନ୍ଦା ମଧ୍ୟ କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିବା ସହ ପୂର୍ବାହ୍ନ ୧୧ଟାରୁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି । ତାଙ୍କ ସହିତ ଦଳୀୟ ନେତା ନରେଶ ଉତ୍ତମ ପଟେଲ ଏବଂ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି । ଧାରଣା ଦେବା ପୂର୍ବରୁ ସେ ୨ ମିନିଟ ନୀରବ ପ୍ରାର୍ଥନା କରି ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଖବର ପ୍ରଚାରିତ ହେବା ପରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସେଠାରେ ପହଞ୍ଚିବା ଆରମ୍ଭ କରିଥିଲେ । ପୀଡିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସମାଜବାଦୀ ପାର୍ଟି ଲଢେଇ ଜାରି ରଖିବ ବୋଲି ଦଳୀୟ ନେତାମାନେ କହିଛନ୍ତି ।

Related posts

କୁହୁଡି ହେଲା କାଳ, ଘାଟିରୁ ଓଲଟିଲା ବସ

mahabharatanews

ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡର ବେଣୁ ଗୋପାଳ ଭୂପତିଙ୍କ ଅପିଲ

mahabharatanews

ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦର ଚକ୍ଷୁ ଚିକିତ୍ସା ଶିବିର

mahabharatanews