ଓଡିଶା

ଗିଫ୍ଟ ଦୋକାନରେ ଗଞ୍ଜେଇ ବେପାର, ଦୋକାନୀ ଗିରଫ

(ମହାଭାରତ, ଯାଜପୁର): ଯାଜପୁରରେ ପୁଣି ଗଞ୍ଜେଇ ଓ ଅଫିମ ଜବତ କରିଛି ପୋଲିସ । ଟାଉନ ଥାନା ଅନ୍ତର୍ଗତ ଚିତାଳୋ କଲେଜ ଛକରେ ଥିବା ଏକ ଗିଫ୍ଟ ଦୋକାନରେ ପୋଲିସ ଅଚାନକ ଚଢାଉ କରି ଗଞ୍ଜେଇ ଓ ଅଫିମ ଜବତ କରିଛି । ସମ୍ପୃକ୍ତ ଦୋକାନୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଦୋକାନୀ ଜଣକ ଗଞ୍ଜେଇ ବେପାର କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ ଟିମ୍ ଟାଉନ ଥାନାକୁ ଜଣାଇଥିଲେ । ପରେ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା । ଏହି ସମୟରେ ଦୋକାନରେ ଥିବା ଏକ ଧଳା ବ୍ୟାଗରୁ ଦେଢ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଓ ଏକ ଜରି ପ୍ୟାକେଟରୁ ୨୦ ଗ୍ରାମ ଅଫିମ ପୋଲିସ ଜବତ କରିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Related posts

ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଲକ୍ଷାଧିକ ଚୋରି

mahabharatanews

ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଘରେ ଭିଜିଲାନ୍ସର ରେଡ

mahabharatanews