ଅପରାଧ

ନାବାଳିକାଙ୍କୁ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ

(ମହାଭାରତ, ପାରାଦୀପ): ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୋଳିଆ ସାହିରେ ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ୭୫ ବର୍ଷର ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ତେବେ ଗିରଫ ହୋଇଥିବା ବୃ୍ଦ୍ଧ ଜଣକ ଜଣେ ଦୋକାନୀ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୧୧ଟାରେ ନୋଳିଆ ସାହିର ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଗାଁର ଦୋକାନୀ ତାଙ୍କୁ ଦୋକାନ ଭିତରକୁ ଡାକି ନେଇଥିଲା । ତେବେ ବନ୍ଦ ଦୋକାନ ଭିତରେ ନାବାଳିକା ଥିବା ଜାଣି ଗାଁର ଜଣେ ମହିଳା ଅନ୍ୟମାନଙ୍କୁ କହିଥିଲେ । ଦୋକାନ ଘରୁ ନାବାଳିକା ଜଣକ ବାହାରିବା ପରେ ଘରକୁ ଯାଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା କହିଥିଲେ । ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଦୋକାନୀଙ୍କୁ ଗିରଫ କରିଛି । ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି । ତେବେ ୭୫ ବର୍ଷିୟ ବୃଦ୍ଧ ଦୋକାନୀଙ୍କର ଏଭଳି କୁକର୍ମକୁ ଗାଁ ଲୋକେ ତୀବ୍ର ନିନ୍ଦା କରିବା ସହ ପୋଲିସକୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Related posts

ଏନକାଉଣ୍ଟର କରିବାକୁ ଯାଇ ୮ ପୁଲିସ କର୍ମଚାରୀ ସହିଦ

mahabharatanews

ମୁଖ୍ୟବିଚାରପତିଙ୍କ ଉଦ୍ଦେଶ୍ୟରେ ଖରାପ ମନ୍ତବ୍ୟ ଦେଇ ଜଣେ ଗିରଫ

mahabharatanews

ସମବାୟ ସମିତିରୁ ଋଣ ଜାଲିଆତି: ୬ ଗିରଫ

mahabharatanews