ଓଡିଶା

କୁଅରେ ପଡ଼ି ରାଧାନାଥପୁର ଗାଁରେ ଅଘଟଣ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ରାଧାନାଥପୁର ଗାଁରେ ଅଘଟଣ। କୁଅରେ ଖସିପଡି ଜଣେ ଯୁବକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାଧାନାଥପୁର ଗାଁର ଜଗନ୍ନାଥ ନାଏକ ଗଣେଶ ମୁର୍ତ୍ତୀ ଭଷାଣୀ ବେଳେ ଅସାବଧାନତା ବଶତଃ କୁଅରେ ଖସିପଡି ଥିଲେ. ଜଗନ୍ନାଥ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ।

ସକାଳୁ ପୁଣି ଖୋଜାଖୋଜି କରିବା ପରେ କୁଳରେ ପଡିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ହିନ୍ଦୋଳ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କୁଅରୁ ଉଦ୍ଧାର କରି ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଛନ୍ତି।ଡାକ୍ତର ମୃତ ଘୋଷଣା କରିଛନ୍ତି। ହିନ୍ଦୋଳ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related posts

ଯୁବତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

mahabharatanews

ଲଗାଣ ବର୍ଷାରେ ବେହାଲ ଚିକେନ ଓ ମଟନ ମାର୍କେଟ…

mahabharatanews

ଢାବାରୁ ବିପୁଳ ନକଲି ମଦ ଜବତ: ୨ ଗିରଫ

mahabharatanews