ଦେଶ ବିଦେଶ

ସିଜେପି ପ୍ରତିବାଦରେ ଯୋଗ ଦେଇଥିବା ବୃଦ୍ଧଙ୍କ ହୃଦଘାତ…

ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ କୋକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିବାଦ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ପ୍ରତିବାଦରେ ଯୋଗଦେବା ସମୟରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଗୋପାଳକୃଷ୍ଣ ସୁବାୟା ପିଲ୍ଲାଇ, ସେ ଥାଣେର ବାସିନ୍ଦା। ଆପଣଙ୍କୁ କହିରଖୁଛୁ ଯେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବି କରି ଶିବାଜୀ ପାର୍କରେ ପ୍ରତିବାଦର ଡାକରା ଦେଇଥିଲା।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପିଲ୍ଲାଇ ଅପରାହ୍ନ ପ୍ରାୟ ୪:୩୦ ସମୟରେ ପ୍ରତିବାଦ ସ୍ଥଳରେ ପହଞ୍ଚିଥିଲେ। ପ୍ରଚଣ୍ଡ ସୂର୍ଯ୍ୟ ଏବଂ ଭିଡ଼ ମଧ୍ୟରେ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ତାଙ୍କର ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା।ତାଙ୍କ ଅବସ୍ଥା ଖରାପ ହେଉଥିବା ଦେଖି, ପୋଲିସ ଅଧିକାରୀ ଏବଂ ସେମାନଙ୍କ ସହକର୍ମୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖନୀୟ ଯେ ପୋଲିସ ଅନୁମତି ବିନା ଆୟୋଜିତ ଏହି ପ୍ରତିବାଦ ପାଇଁ ଶହ ଶହ ଲୋକ ଏକାଠି ହୋଇଥିଲେ ଏବଂ ଏହି ଦୁଃଖଦ ଘଟଣା ଶୋକର ଛାୟା ଖେଳିଯାଇଛି।

Related posts

ପେଟ୍ରୋଲ ପମ୍ପ ଯାଉଛନ୍ତି କି, ତେବେ ପକେଟରେ ରଖନ୍ତୁ ନଗଦ ଟଙ୍କା…

mahabharatanews

ଯୁଦ୍ଧ କାଳୀନ ପରିସ୍ଥିତି ମଧ୍ୟରେ ପୁଣି ଖସିଲା ଶେୟାର ବଜାର ।

mahabharatanews

ବିବାହକୁ ୨ମାସ ପୂରିନି ପ୍ରେମିକ ସହ ଚାଲିଥିଲା ରୋମାନ୍ସ,ପଶିଆସିଲା ସ୍ୱାମୀ…

mahabharatanews