ପ୍ରଯୁକ୍ତି

ଚନ୍ଦ୍ରଯାନ-୩ ପାଇଁ ଇସ୍ରୋର ପ୍ରସ୍ତୁତି

(ନୂଆଦିଲ୍ଲୀ/ମହାଭାରତ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି କରୁଛି । ଏଥିପାଇଁ କେନ୍ଦ୍ରକୁ ୭୫ କୋଟି ଟଙ୍କା ମାଗିଛି । ଆସନ୍ତା ବର୍ଷ ନଭେମ୍ବର ମାସରେ ଚନ୍ଦ୍ରାବତରଣ ଅଭିଯାନ ହେବ ବୋଲି ଇସ୍ରୋ ଯୋଜନା କରୁଛି । ଚଳିତ ଆର୍ଥିକ ବର୍ଷରେ ଇସ୍ରୋ ଏହି ଅର୍ଥରାଶି ଯୋଗାଇ ଦେବା ପାଇଁ ଅନୁରୋଧ କରିଛି । କେବଳ ୬୦ କୋଟି ଟଙ୍କା ମେସିନ ଉପକରଣ ଓ ଅନ୍ୟାନ୍ୟ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହା ବ୍ୟତୀତ ବାକି ୧୫ କୋଟି ରାଜସ୍ୱ ଖର୍ଚ୍ଚ ଅଧୀନରେ ରଖାଯିବ । ପୂର୍ବରୁ ଏହି ପ୍ରକଳ୍ପ ଲାଗି ଇସ୍ରୋ ଦାବି କରିଥିବା ୬୬୬ କୋଟି ୨୦୧୯-୨୦ ବଜେଟରେ ଅନୁମୋଦନ କରାଯାଇଥିଲା । ପ୍ରାୟ ୧୨ କୋଟି ଟଙ୍କା କ୍ଷୁଦ୍ର କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ ଯାନ ନିମନ୍ତେ ଏବଂ ୧୨୦ କୋଟି ଟଙ୍କା ଲଞ୍ଚପ୍ୟାଡ ଉନ୍ନତି ପାଇଁ ଖର୍ଚ୍ଚ ହେବ ବୋଲି ବରାଦ ହୋଇଥିଲା ।

Related posts

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

mahabharatanews

ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

mahabharatanews

ବ୍ରହ୍ମପୁର ଆଇଆଇଟି ପ୍ରସ୍ତୁତ କଲା ଡିସ୍ଇନଫେକ୍ସନକାରୀ ରୋବଟ

mahabharatanews