Uncategorized

ଅସୁସ୍ଥତା ପରେ KBC-୧୮କୁ ଫେରିଲେ ଅମିତାଭ ବଚ୍ଚନ !

ପୁଣି ଟିଭି ପରଦାକୁ ଫେରିବେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ। ଅସୁସ୍ଥତା କାରଣରୁ କିଛିଦିନ କାମରୁ ବିରତି ନେବା ପରେ ପୁଣି ଥରେ ଲୋକପ୍ରିୟ କୁଇଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି-୧୮’ର ସେଟ୍‌କୁ ଫେରିଛନ୍ତି ବିଗ୍ ବି। ତାଙ୍କର ଏହି କମ୍‌ବ୍ୟାକ୍‌କୁ ନେଇ ଖୁସି ହୋଇଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ। ଶୋ’ର ନିର୍ମାତାଙ୍କ ପକ୍ଷରୁ ଏକ ନୂଆ ପ୍ରୋମୋ ଜାରି କରାଯାଇଛି। ଯେଉଁଥିରେ ଅମିତାଭଙ୍କୁ ପୁଣି ଥରେ KBCର ମଞ୍ଚରେ ଦେଖିବାକୁ ମିଳିଛି।

Amitabh Bachchan Returns To 'Kaun Banega Crorepati 18' After Health Break

ଜଣେ ପ୍ରତିଯୋଗୀ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବାରୁ ନିଜ ଅନ୍ଦାଜରେ ଉତ୍ତର ଦେଇଛନ୍ତି ବିଗ୍ ବି। ସେ କହିଛନ୍ତି, ଆପଣ ଭଲ ଥିଲେ ଆମେ ବି ଭଲ। ଏହାସହ ନିଜର ସୁସ୍ଥତା କାମନା କରିଥିବା ପ୍ରଶଂସକଙ୍କୁ ଭଲପାଇବା, ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ନଭେମ୍ବର ୧୬ରୁ KBC-୧୮ର ନୂଆ ଏପିସୋଡ୍ ପ୍ରସାରଣ ହେବ। ରାତି ୯ଟାରେ ସୋନି ଟିଭି ଓ ସୋନି ଲିଭ୍‌ରେ ଦର୍ଶକ ପୁଣି ଦେଖିପାରିବେ ଅମିତାଭଙ୍କ ଦମଦାର ହୋଷ୍ଟିଂ।

Related posts

କେଜରିୱାଲ ସରକାର ଏକ କାଳୀନ: ଚାକୋ

mahabharatanews

ପାଠପଢାରେ କେମିତି ଲଗାଇବେ ପିଲାର ମନ

mahabharatanews

ଜାଣନ୍ତୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କିଛି ସିକ୍ରେଟ୍ ଟିପ୍ସ

mahabharatanews