ଅପରାଧ

ସେୟାର ବଜାରରେ ୪ କୋଟି ଋଣ, ଟଙ୍କା ପାଇଁ ପଡ଼ୋଶୀଙ୍କୁ ହତ୍ୟା

ସେୟାର ମାର୍କେଟରେ ଟଙ୍କା ଲଗାଇ ହୋଇଥିଲା ୪ କୋଟି ଟଙ୍କାର ଋଣ। ଋଣ ସୁଜିବାକୁ ନେଲେ ଚରମ ନିଷ୍ପତ୍ତି । ନିଜ ଆପାର୍ଟମେଣ୍ଟରେ ରହୁଥିବା ପଡ଼ୋଶୀ ମହିଳାଙ୍କୁ ହତ୍ୟା କରିବା ପରେ ଲୁଟିନେଲା ୨୧ ଭରି ସୁନା ଅଳଙ୍କାର। ଆଉ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟା ଅଭିଯୋଗରେ ଗିରଫ ହୋଇଛି ୪୪ ବର୍ଷୀୟ ଜଣେ ଷ୍ଟକ୍ ମାର୍କେଟ ନିବେଶକ। ଘଟଣାଟି ହାଇଦ୍ରାବାଦର ମୀରପେଟ ଧାତୁ ନଗର ଅଞ୍ଚଳର। ମୃତ ମହିଳା ହେଉଛନ୍ତି ୩୪ ବର୍ଷୀୟା ଅନିତା ଅରୁଣ କୁମାର। ସେ ମିଶ୍ର ଧାତୁ ନିଗମ ଲିମିଟେଡ୍ ର ଡେପୁଟି ଜେନେରାଲ ମ୍ୟାନେଜର ଅରୁଣ କୁମାର ବେଣୁଗୋପାଳଙ୍କ ପତ୍ନୀ।
ପୋଲିସର ସୂଚନା ଅନୁସାରେ, ଅରୁଣ ନିଜର ୧୧ ଓ ୮ ବର୍ଷର ଦୁଇ ପିଲାଙ୍କୁ ସ୍କୁଲରେ ଛାଡ଼ିଥିଲେ। ପ୍ରତିଦିନ ଭଳି ସନ୍ଧ୍ୟାରେ ଅନିତା ପିଲାଙ୍କୁ ଆଣିବାକୁ ଯିବା କଥା। କିନ୍ତୁ ସେ ସ୍କୁଲରେ ପହଞ୍ଚିନଥିଲେ। ତେଣୁ ପିଲାମାନେ ନିଜେ ଘରକୁ ଫେରିଥିଲେ। ହେଲେ ଘରେ ପହଞ୍ଚି ଯାହା ଦେଖିଲେ, ସେଥିରେ ସେମାନଙ୍କ ହୋସ୍ ଉଡ଼ିଯାଇଥିଲା। ଶୋଇବା ଘର ଚଟାଣରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ମା’। ପିଲାମାନେ ମା’ଙ୍କ ଫୋନରୁ ବାପାଙ୍କୁ ଖବର ଦେଇଥିଲେ। ଅରୁଣ ତୁରନ୍ତ ଘରେ ପହଞ୍ଚି ଆମ୍ବୁଲାନ୍ସରେ ଅନିତାଙ୍କୁ ଘରୋଇ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା। ଶେଷରେ ମୃତ ମହିଳାଙ୍କ ଉପର ଫ୍ଲାଟରେ ରହୁଥିବା ରାଜ କୁମାର ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ୪ କୋଟି ଟଙ୍କାର ଋଣ ଓ ସେୟାର ବଜାରରେ କ୍ଷତି ଯୋଗୁଁ ସେ ଏଭଳି ଅପରାଧ ଘଟାଇଥିବା ପୋଲିସ କହିଛି। ତା ନିକଟରୁ ଲୁଟ୍ ହୋଇଥିବା ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି।

Related posts

ସେକ୍ସ ରାକେଟ ଠାବ ସହ ୨ ଜଣ ଯୁବକ ଗିରଫ

mahabharatanews

ସୁନା ପାଇଁ ଘରମାଲିକଙ୍କୁ ହତ୍ୟା କଲା ଭଡାଟିଆ

mahabharatanews

କଣ ଥିଲା ୩ ମହିଳାଙ୍କ ଦୋଷ, ସେମାନଙ୍କୁ ଲଙ୍ଗଳା କଲେ ଗ୍ରାମବାସୀ

mahabharatanews