ଦେଶ ବିଦେଶ

ନଭେମ୍ବର ୨୧ରେ ନୀତିଶ ସେତୁର ଉଦଘାଟନ କରିବେ ମୋଦି !

ବିହାରକୁ ମିଳିବ ବିକାଶର ନୂଆ ଭେଟି। ନଭେମ୍ବର ୨୧ରେ ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ସମୟରେ ଗଙ୍ଗା ନଦୀ ଉପରେ ନିର୍ମିତ ବହୁ ପ୍ରତୀକ୍ଷିତ ୬ ଲେନ୍ ବିଶିଷ୍ଟ ନୀତିଶ ସେତୁକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦି। ବିହାର ସରକାର ଏହି ସେତୁର ନାମ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମରେ ରଖିଛନ୍ତି। କଚ୍ଚି ଦରଗାହ-ରାଘୋପୁର-ବିଦୁପୁର ମଧ୍ୟରେ ନିର୍ମିତ ଏହି ସେତୁର ଲମ୍ବ ପ୍ରାୟ ୯.୭୬ କିଲୋମିଟର। ପ୍ରାୟ ୫ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ଆପ୍ରୋଚ୍ ରୋଡ୍ ସହ ଏହାର ମୋଟ ଲମ୍ବ ପ୍ରାୟ ୧୯.୭୬ କିଲୋମିଟର।

This 6-lane bridge in Bihar to be known as 'Nitish Setu'; PM Modi to  inaugurate on November 21 - India TV News

ଏହି ସେତୁ କାର୍ଯ୍ୟକ୍ଷମ ହେଲେ ପାଟନାରୁ ଉତ୍ତର ବିହାରକୁ ଯାତାୟାତ ଅଧିକ ସହଜ ହେବ। ଗାନ୍ଧୀ ସେତୁ ଉପରେ ଟ୍ରାଫିକ୍ ଚାପ ମଧ୍ୟ କମିବା ଆଶା ରହିଛି। ଏହାସହ ବୈଶାଳୀ ଜିଲ୍ଲାର ରାଜାପାକରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ।

Related posts

ତୁକାରାମ ମୁଢ଼େଙ୍କ ବଡ଼ ଆକ୍ସନ: ବଡ଼ ନଖ ରଖିଲେ କାର୍ଯ୍ୟାନୁଷ୍ଠାନ…

mahabharatanews

ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେବ ଏସୀୟ କ୍ରୀଡ଼ା ମହାକୁମ୍ଭ

mahabharatanews

କଂଗ୍ରେସକୁ ମିଳୁଥିବା ଚାନ୍ଦାରେ ୭୫% ହ୍ରାସ, ବର୍ଷକରେ ମିଳିଲା ମାତ୍ର ୧୩୦ କୋଟି ଟଙ୍କା।

mahabharatanews