ଓଡିଶା

ମାର୍ଚ୍ଚ ୩୧ ସୁଦ୍ଧା ଖଣି ନିଲାମ କାର୍ଯ୍ୟ ଶେଷ ହେବ

(ମହାଭାରତ/ଭୁବନେଶ୍ୱର): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ଖଣି ନିଲାମ କାର୍ଯ୍ୟ ଶେଷ ହେବ । ଏନେଇ ରାଜ୍ୟ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି । ଖଣିର ଲିଜ ଅବଧି ଶେଷ ହେବାକୁ ଯାଉଛି । ତେଣୁ ଖଣି ନିଲାମ କାର୍ଯ୍ୟ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ କରାଯିବ । ଖନନ ହୋଇଥିବା ଖଣିଜ ନେବାକୁ ୫/୬ ମାସ ସମୟ ଲାଗିବ । ଖଣିଜ ପଦାର୍ଥକୁ ନେଇ ଶିଳ୍ପରେ କୈାଣସି ଅସୁବିଧା ହେବ ନାହିଁ । ରାଜସ୍ୱ ଆଦାୟରେ କିଛି ଅସୁବିଧା ହେବନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନିଲାମ ପାଇବା ମାତ୍ରେ ସଂପୃକ୍ତ ସଂସ୍ଥା କେନ୍ଦ୍ରରୂ ପରିବେଶ ଅନୁମତି ଆଣିବେ ବୋଲି ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ, ଖଣି ନିଲାମ ପାଇଁ ପୂର୍ବରୁ ବିଜ୍ଞପ୍ତ ଜାରି କରାଯାଇଥିଲା । ଟେଣ୍ଡର ମଧ୍ୟ ଡକାସରିଥିଲା । କିନ୍ତୁ ତାକୁ ନିକଟରେ ବାତିଲ କରାଯାଇଛି । ଏହାପରେ ପୁଣି ଖଣି ନିଲାମ ନେଇ ଡିସେମ୍ବର ୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Related posts

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ;  ୱାର୍ଣ୍ଣିଂ ଜାରି

mahabharatanews

କୁଡୁମୁଲୁଗୁମ୍ମା ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ

mahabharatanews

ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

mahabharatanews