(ମହାଭାରତ/ଭୁବନେଶ୍ୱର): ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମ·ରୀଙ୍କୁ ଚୂଡ଼ାନ୍ତ ଅବା ଧାର୍ଯ୍ୟ ପେନସେନ୍ ପ୍ରଦାନ କରିବେ । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପରଠାରୁ ଏହି ପେନସନ ପ୍ଲାନ ଲାଗୁ ହେବ । ପେନସନ୍ ପାଇଁ ଅନ ଲାଇନ ଆବେଦନକୁ ବାଧ୍ୟତାମୂଳକ କରାଯିବ । ତେଣୁ ଆସନ୍ତା ଫେବୃଅ ।ରୀ ୨୮ ତାରିଖ ସୁଦ୍ଧା ସମସ୍ତ ସ୍ଥାୟୀ ସରକାରୀ କର୍ମ·ରୀଙ୍କର ଇ-ସର୍ଭିସ୍ ବୁକ୍ ଏଚ୍ଆରଏମ୍ଏସ୍’ରେ ଅପଡେଟ୍ କରିବା ପାଇଁ କୁହାଯାଇଛି ।
ସୂଚନା ଅନଯାୟୀ, ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଅନେକ କର୍ମ·ରୀଙ୍କର ସମ୍ପୂର୍ଣ୍ଣ ବିବରଣୀ ବିଭାଗ ନିକଟରେ ନାହିଁ । ତେଣୁ ସେମାନେ ଅବସର ନେବା ସମୟରେ ଧାର୍ଯ୍ୟ ପେନସନ୍ ପ୍ରଦାନ କରିବା ବଦଳରେ ପ୍ରୋଭିଜିନାଲ ପେନସନ୍ ପ୍ରଦାନ କରାଯାଉଛି । କର୍ମ·ରୀଙ୍କ ଇ-ସର୍ଭିସ୍ ବୁକ୍ ଏଚ୍ଅ ।ରଏମ୍ଏସ୍ ଡାଟାବେସରେ ସଂଲଗ୍ନ ହେଲେ ତାଙ୍କ ·କିରିକାଳର ସମ୍ପୂର୍ଣ୍ଣ ବିବରଣୀ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ ଓ ସେ ଅବସର ନେବା ପୂର୍ବରୁ ତାଙ୍କର ସବୁ ତଥ୍ୟକୁ ବିଭାଗ ଅନୁଶୀଳନ କରିପାରିବ । ଫଳରେ ଅ ।କାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବସର ଦିନ ହିଁ ଧାର୍ଯ୍ୟ ପେନସନ୍ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇ ପାରିବ । ତେଣୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ମାନୁଆଲ ସର୍ଭିସ୍ ବୁକ୍ ତଥା ଇ-ସର୍ଭିସ୍ ବୁକ୍ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଅପଡେଟ୍ କରିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଛି । ଅ ।ସନ୍ତା ବର୍ଷ ଫେବୃଆରୀ ମାସରେ ଅବସର ନେଉଥିବା କର୍ମ·ରୀଙ୍କୁ ଏହି ନୂଆ ବ୍ୟବସ୍ଥାରେ ପ୍ରାଥମିକତା ଦିଆଯିବ ।