ଅପରାଧଓଡିଶା

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

(ମହାଭାରତ, ଚୌଦ୍ୱାର): ଚୌଦ୍ୱାର ସର୍କଲ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଛି । ସେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ମାଳି ସାହିର ବାସିନ୍ଦା ଓ ଗତ ଜୁନ ମାସ ୨୦ ତାରିଖରୁ ଜେଲରେ ଥିଲେ । ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ୨ଟା ବେଳେ କଏଦୀ ଜଣକ ଜେଲ ପରିସରରେ ଥିବା ଏକ ଆମ୍ବ ଗଛରେ ଗାମୁଛାରେ ଫାଶୀ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜେଲରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଏଭଳି ଘଟଣା ଘଟିବା ଯୋଗୁ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related posts

ବିଏମ୍ସି ଟିମ୍ ନେତୃତ୍ୱରେ କରାଯାଇଥିବା ସଫେଇ ଅଭିଯାନରେ ସାମିଲ ହେଲେ ମେୟର ସୁଲୋଚନା

mahabharatanews

୩୫ଟି ଆଖଡା ଘରକୁ ୫୦ ହଜାର ଟଙ୍କାର ସହାୟତା

mahabharatanews

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍‌ଘାଟିତ

mahabharatanews