ଅପରାଧ

ଗୁପ୍ତେଶ୍ୱର ମନ୍ଦିର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ମହାଭାରତ, ଜୟପୁର): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈ÷ବପୀଠ ଗୁପ୍ତେଶ୍ୱରରେ ଗୁମ୍ଫା ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକଙ୍କ ପରିଚୟ ଜଣାପଡି ନାହିଁ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗୁମ୍ଫା ଭିତରେ ଥିବା କ୍ଲାମ୍ପରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବୈ÷ପାରୀଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ଘଟଣାର ଛାନଭିନ ଆରମ୍ଭ କରିଛି ।

Related posts

ଜୁଆ ଆଡ୍ଡା ଉପରେ ଚଢାଉ, ୧୩ ଜୁଆଡି ଗିରଫ

mahabharatanews

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା, ୫ କୋର୍ଟ ଚାଲାଣ

mahabharatanews

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

mahabharatanews