ଓଡିଶା

ବିଦ୍ୟୁତ ଆଘାତରେ ଜଣେ ମୃତ

(ମହାଭାରତ/ସାଲେପୁର): କଟକ ·ନ୍ଦବାଲି ରାସ୍ତାର ଜନିହାଛକ ନିକଟରେ ଥିବା ଡ଼ଲଫିନ ବାର ଛାତ ଉପରେ ଥିବା ୩୩ କେବି ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି କୋଲନପୁର ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ଅ ।ଜି ସକାଳେ ମୃତ ଯୁବକ ରାଜମିସ୍ତ୍ରୀ ସାଙ୍ଗରେ ହେଲ୍ପର୍ କାମ କରିବାକୁ ଆସିଥିଲେ । ଯେଉଁ ସ୍ଥାନରେ ଘର କାମ ହେଉଥିଲା ତା ଉପରେ ଥିବା ୩୩କେବି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ମୃତ ଯୁବକଙ୍କ ଘର କୋଲନପୁର ଗ୍ରାମରେ । ତାଙ୍କ ନାମ ଆଲୋକ କୁମାର ସାମଲ (୨୮), ବାପାଙ୍କ ନାମ ଜଚିନ୍ଦ୍ର କୁମାର ସାମଲ ।

ଘଟଣା ସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଏବଂ ପରିବାର ଲୋକେ ରାସ୍ତା ଉପରେ ଶବ ରଖି କଟକ ·ନ୍ଦବାଲି ରାସ୍ତା ଅବରୋଧ କରିଥିଲେ । ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାବୁଝି କରି କ୍ଷତିପୂରଣ ବାବଦରେ ଘର ମାଲିକ ସାଢେ ·ରି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲେ ।

Related posts

ଜିଲ୍ଲାସ୍ତରୀୟ ୯୧ ତମ ଓଡିଶା ଦିବସ ମହାସମାରୋହରେ ପାଳିତ

mahabharatanews

ରଥଯାତ୍ରା ଆଉ ମାତ୍ର ୧୧ଦିନ ,୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

mahabharatanews

୧୦ ଲକ୍ଷ ଟଙ୍କାର ଦାମୀ ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ

mahabharatanews