ଅପରାଧଓଡିଶା

୩ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଫସଲ ନଷ୍ଟ କରି ଦିଆଯାଇଛି । ବୁଧବାର ଠାକୁରଗଡ ଥାନା ଅନ୍ତର୍ଗତ ବଡଦାଦର ଜଙ୍ଗଲର ନାଳଖଣ୍ଡିରେ ଥିବା ଗଞ୍ଜେଇ ଫସଲ ଉପରେ ଚଢାଉ କରାଯାଇଥିଲା । ଭୋର ସମୟରେ ଆଠମଲ୍ଲିକ ଅବକାରୀ ବିଭାଗ, ଠାକୁରଗଡ ପୋଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ଭାବେ ଏହି ଗଞ୍ଜେଇ ଫସଲ ଉପରେ ଚଢାଉ କରି ଗଞ୍ଜେଇ ଗଛଗୁଡିକୁ ନଷ୍ଟ କରିଦେଇଛନ୍ତି । ବଡଦାଦର ଜଙ୍ଗଲରେ ୧୨ ଡେସିମିଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ ବିଭାଗୀୟ କର୍ମଚାରୀମାନେ ସେଠାରେ ପହଞ୍ଚି ଗଛ ଗୁଡିକୁ ଜମିରୁ ଉପାଡି ଦେବା ପରେ ଏକାଠି ଗଦା କରି ସେଗୁଡିକୁ ପୋଡି ଦେଇଥିଲେ । ନଷ୍ଟ କରାଯାଇଥିବା ଏହି ଗଞ୍ଜେଇ ଗଛଗୁଡିକର ମୂଲ୍ୟ ୩ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Related posts

ରାଜଧାନୀରେ ଉଚ୍ଛେଦ ପ୍ରକିୟା ଆରମ୍ଭ

mahabharatanews

ଦଧିବ୍ରାହ୍ମଣ ମାନଙ୍କ ଏକାଦଶି ଉଜ୍ଜାପନ ପୂଜା ସ୍ଥାନୀୟ ଦଧିବାମନ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ

mahabharatanews

ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ପାଇଁ ସିଇଓଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି

mahabharatanews