ଓଡିଶା

ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା

(ଜୟନ୍ତ ସେଠୀ/ଗୋପ): ପୁରୀ ଗୋବର୍ଧନ ମଠରେ ଜଗତଗୁରୁ ଶଙ୍କରଚାର୍ୟ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ୍ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଭେଟିଛନ୍ତି । ଆଗାମୀ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ଓ ରଥଯାତ୍ରା ନେଇ ଗୁରୁଜୀଙ୍କ ସହ ଆଲୋଚନା ହୋଇଥିବା ନେଇ ଅନୁମାନ କରାଯାଉଛି । ତେବେ ରଥଯାତ୍ରା ନୁହଁ ବରଂ ଲକଡାଉନ ପାଇଁ ଜଗତଗୁରୁଙ୍କ ସ୍ୱାସ୍ଥ୍ୟବସ୍ଥା ତଥା ମଠ ସମ୍ବନ୍ଧରେ ବୁଝାସୁଝା କରିବାକୁ ଆସିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ୍ କୁମାର ମତ ରଖିଛନ୍ତି ।ତେବେ ଦୀର୍ଘ ଏକଘଣ୍ଟାରୁ ଉର୍ଦ୍ଧ ସମୟର ଆଲୋଚନାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଆଲୋଚନା କରିଥିବା ସୂଚନା ମିଳିଛି ।

Related posts

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

mahabharatanews

ଜନତା କର୍ଫ୍ୟୁକୁ ସମର୍ଥନ: ସହର ବଜାର ବନ୍ଦ

mahabharatanews

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

mahabharatanews