ଓଡିଶା

ହେଲପିଙ୍ଗ ହ୍ୟାଣ୍ଡର ଦ୍ୱାରା ମୁମୂର୍ଷୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ହିଂଜିଳି କାଟୁ/ ରଜନୀ କାନ୍ତ ପାତ୍ର: ଅଜଣା ବୃଦ୍ଧ ଜଙ୍ଗଲରେ ଗତ କିଛିଦିନ ହେବ ରହି ଆସୁଥିଲେ । ଲୋକ ଜଙ୍ଗଲକୁ ଶୁଖିଲା କାଠ ଆଣିବା ପାଇଁ ଯାଇଥିବା ବେଳେ ସେଠାରେ ଉକ୍ତ ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ । ସେମାନେ ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ସ୍ବେଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟଙ୍କୁ ଖବର ଦେଇଥିଲେ। ଏହାପରେ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନେ ସେଠାରେ ପହଞ୍ଚି ପୋଲିସ ଓ ଉପ ଜିଲ୍ଲାପାଳଙ୍କୁ ଖବର ଦେବାପରେ ସେଠାରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୃଦ୍ଧ ଙ୍କର କୌଣସି ପରିଚୟ ମିଳି ପାରିନାହିଁ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ସେ କୌଣସି ସୂଚନା ଦେବାକୁ ସକ୍ଷମ ନୁହନ୍ତି। ତେଣୁ ସ୍ୱାସ୍ଥ୍ୟରେ ସୁଧାର ଆସିଲେ ଉକ୍ତ ବ୍ୟକ୍ତିଙ୍କ ପରିଚୟ , କେତେଦିନ ହେଲା, କିଭଳି ଓ କେଉଁ ପରିସ୍ଥିତିରେ ସେ ଜଙ୍ଗଲରେ ରହିଆସୁଛନ୍ତି ସେ ସମ୍ପର୍କରେ ସୂଚନା ପାଇବା ପାଇଁ ପୋଲିସ ଅପେକ୍ଷା କରି ରହିଛି।

 

Related posts

କୁମ୍ଭୀରକୁ ମାରିଖାଇବା ଘଟଣାର ତଦନ୍ତ ଆରମ୍ଭକଲା ବନବିଭାଗ

mahabharatanews

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

mahabharatanews

ବୋଲଗଡ ବ୍ଲକର ପଞ୍ଚାୟତ ସ୍ତରୀୟ ସଂଘର ମହିଳା ମାନଙ୍କ ତରଫରୁ ମାଗଣାରେ ମାକ୍ସ ବଣ୍ଟନ

mahabharatanews