ଓଡିଶା

ସାତ ଫୁଟର ଅଜଗର ସାପ ଉଦ୍ଧାର

(ଉଦଳା): ଉଦଳାରୁ ଏକ ବିଶାଳକାୟ ଅଜଗର ସାପକୁ ସ୍ନେକ ଲାଇଫ ଲାଇନ ଉଦ୍ଧାର କରିଛି । ଉଦଳା ବନାଞ୍ଚଳ ଅଧିନ ବୈରାଟପୁର ନଦୀ ପଠାରୁ ଏହି ବିରାଟକାୟ ଅଜଗର ଉଦ୍ଧାର ହୋଇଛି । ସାପଟି ସାତ ଫୁଟ ଲମ୍ବର ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧୀନ ବୈରାଟପୁର ନଦୀ ପଠାରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସାପଟି ଗ୍ରାମରେ ଦେଖା ଦେଇଥିଲା । ସାପଟିକୁ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ସାପଟି ଗ୍ରାମରୁ ନଦୀ ପଠାକୁ ଯାଉଥିବା ଦେଖି ଲୋକେ ଆଶ୍ୱସ୍ତ ହେବା ସହ ଉଦଳା ସ୍ନେକ ଲାଇଫ ଲାଇନକୁ ଖବର କରିଥିଲେ । ସ୍ନେକ ଲାଇଫ ଲାଇନ ସଦସ୍ୟ ଅଭିଜିତ ବେହେରା ଏବଂ ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ନଦୀ ପଠାରୁ ସୁରକ୍ଷିତ ଉଦ୍ଧାର କରିଥିଲେ । ପରେ ତାକୁ ବନବିଭାଗକୁ ହସ୍ତାନ୍ତର କରିବା ପରେ ବନବିଭାଗ ଶିମିଳିପାଳ ଅଭୟାରଣ୍ୟରେ ଛାଡିଥିବା ସୂଚନା ମିଳିଛି । ସାପଟି ଗ୍ରାମରେ ବାହାରିଥିବାବେଳେ ତାକୁ ଦେଖିବା ନିମନ୍ତେ ପ୍ରବଳ ଭିଡ ଲାଗି ରହିଥିଲା ।

Related posts

ଭୁବନେଶ୍ୱର-ନୂଆଦିଲ୍ଲୀ ଟ୍ରେନ: ଚାହିଦାକୁ ଦୃଷ୍ଟିରେ ରଖି ବଢିଲା ୫ ବଗୀ

mahabharatanews

ତିନୋଟି ଗ୍ରାମକୁ ସାନିଟାଇଜେସନ କଲା ମୋଇତ୍ରୀ କମ୍ପାନୀ

mahabharatanews

ମାଓବାଦୀ ଯୋଜନା ପଣ୍ଡ: ନି‌ଷ୍କ୍ରିୟ କଲେ ଆଇଇଡି 

mahabharatanews