ଅପରାଧ

କୁକୁଡା ଚୋରି ପାଇଁ ଦୋଷୀକୁ ଆଜୀବନ କାରାଦଣ୍ଡ

(ମହାଭାରତ, ରାଉରକେଲା): କୁକୁଡା ଚୋରି ଘଟଣାକୁ ନେଇ ପୂର୍ବରୁ ଘଟିଥିବା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି । ୨୦୧୬ ଅକ୍ଟୋବରରେ କୁକୁଡା ଚୋରିକୁ ନେଇ ହଠାତ୍ ବସ୍ତିର ଏତୁଆ ମୁଣ୍ଡାରି ସେହି ବସ୍ତିର ପ୍ରଦୀପ କୁଲୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା । ତେବେ ବୁଧବାର ଏହି ମାମଲାର ଶୁଣାଣି କରି ୧୨ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ଏତୁଆକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହା ବ୍ୟତୀତ ୧୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ଶିକ୍ଷକ ଦମ୍ପତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ତିନ ଦୁର୍ବୁତ୍ତ

mahabharatanews

ଆନ୍ଧ୍ର ପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ପିଆଜ ବୋଝେଇ ଟ୍ରକରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ

mahabharatanews

ଦୂତୀ ଚାନ୍ଦ ଦୁଇ ଜଣକ ନାମରେ ଆଣିଲେ ଅଭିଯୋଗ

mahabharatanews