ଓଡିଶା

ଦ୍ୱିତୀୟ ଦିନରେ ସାନଛତା ମଠ ଉଚ୍ଛେଦ

(ମହାଭାରତ, ପୁରୀ): ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ଦିଗରେ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ କାର୍ଯ୍ୟ ଦ୍ୱିତୀୟ ଦିନରେ ପହଞ୍ଚିଛି । କିଛି ଦିନର ସାମୟିକ ବନ୍ଦ ପରେ ଉଚ୍ଛେଦ କାର୍ଯ୍ୟ ପୁଣି ବଡଦାଣ୍ଡ ପଟୁ ଆରମ୍ଭ କରାଯାଇଛି । ମଙ୍ଗୁ ମଠ ଭଙ୍ଗା ସରିବା ପରେ ସାନଛତା ମଠ ଊଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମଠ ଉଚ୍ଛେଦ କାର୍ଯ୍ୟ ଦ୍ୱିତୀୟ ଦିନରେ ପହଞ୍ଚିଛି । ଏତିପାଇଁ ସିଂହଦ୍ୱାରରୁ ଦୋଳମଣ୍ଡପ ସାହି ଯାଏ ରାସ୍ତା ସିଲ କରାଯାଇଛି । ୪ ପ୍ଲାଟୁନ ପୋଲିସ ଫୋର୍ସ, ୫ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ଆରମ୍ଭ ହୋଇଛି । କେବଳ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ଉଚ୍ଛେଦ କରାଯାଇଛି । ଏହା ଶେଷ ହେବା ପାଇଁ ୩ ଦିନ ଲାଗିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉଚ୍ଛେଦ ବେଳେ ମଠର ମନ୍ଦିର ଏବଂ ଗାଦି ସୁରକ୍ଷିତ ରହିବା ସହ ଏଗୁଡିକୁ ଉଚ୍ଛେଦ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ସରକାର ମଠର ମନ୍ଦିର ଏବଂ ଗାଦିର ଉନ୍ନତି କରିବେ। ନିୟମ ଅନୁଯାୟୀ, ସରକାର ମଠକୁ ଏହାର କ୍ଷତିପୁରଣ ଦେବେ । ଉଚ୍ଛେଦପରେ ଶ୍ରୀମନ୍ଦିର ଦୋଳ ବେଦୀ ପାଖକୁ ଯିବାକୁ ରାସ୍ଥା ମିଳିବ । ଫଳରେ ଭକ୍ତଙ୍କ ଯାତାୟତ ସୁବିଧା ହୋଇପାରିବ ବୋଲି ଜଣାଯାଇଛି ।

Related posts

ଦୀପ ଜାଳି, ଶଙ୍ଖ ଫୁଙ୍କି ମହାପ୍ରଭୁଙ୍କୁ ଆରାଧନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

mahabharatanews

ବୋରୱେଲ କାମରେ ନିୟୋଜିତ ୫ ନାବାଳକ ଉଦ୍ଧାର

mahabharatanews

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ 

mahabharatanews