ଓଡିଶା

ଗରା ବାଲଟି ରଖି ରାସ୍ତା ରୋକ କଲେ ଲୋକେ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କବିସୂର୍ଯ୍ୟନଗର ଥାନା ବଡଖରିଡା ପଞ୍ଚାୟତ ବାଣନଇ ଛକ ରେ ଗରା ବାଲଟି ରଖି ରାସ୍ତା ରୋକ କଲେ ଲୋକେ । ଦୀର୍ଘ ଦିନଧରି ଗ୍ରାମରେ ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ ସମସ୍ୟା ର ସମାଧାନ ନହେବାରୁ ଆଜି ଶତାଧିକ ଗ୍ରାମବାସୀ ରାଜ୍ୟ ରାଜପଥ ଅବରୋଧକରି ପ୍ରତିବାଦ କରିଛନ୍ତି । ଫଳରେ ପୁରୁଷୋତ୍ତମପୁର ରୁ କବିସୂର୍ଯ୍ୟନଗର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ 30 ରେ ଯାତାୟାତ ଠପ ହୋଇଯାଇଛି । ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିବା ବେଳେ ଲୋକେ ରାସ୍ତାଉପରେ ବାସୀ ପ୍ରତିବାଦ କରୁଛନ୍ତି l ଗ୍ରାମରେ ପାଣି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରିରହିବା ନେଉ ଗ୍ରାମବାସୀ କହିଥିବା ବେଳେ ଖବରପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Related posts

ରାଜ୍ୟରେ ଜାରି ରହିଛି ଶୀତ

mahabharatanews

ଚାଲି ଚାଲି ଓଡିଶା ପହଞ୍ଚିଲେ ଶ୍ରମିକ

mahabharatanews

78ତମ ଏନ.ସି.ସି ଦିବସ ପାଳନ

mahabharatanews