ଓଡିଶା

୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

(ଭୁବନେଶ୍ୱର) : ଆସନ୍ତା ୨୮ ତାରିଖ ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ମହାମହିମ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡର ରାଜଧାନୀ ରାଂଚି ପହଂଚିବେ ଓ ସେଠାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଠାରୁ ସେ ବାୟୂସେନାର ହେଲିକେପ୍ଟର ଯୋଗେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପହଂଚି ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ ।

ସୂଚନାନୁଯାୟୀ , ରାଇରଙ୍ଗପୁର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ ହୋଲିଡେ ହୋମ୍‌ର ଭୂମିପୂଜା କରିବେ । ପରେ କଣ୍ଟାବଣୀ ଗ୍ରାମ ନିକଟରେ ଉପଖଣ୍ଡରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ କ୍ରୀଡ଼ା ପରିସର ଓ ଅନୁସୂଚିତ ଜାତି ଓ ଜନଜାତି କେନ୍ଦ୍ରର (ଆଦିବାସୀ ସଂଗ୍ରହାଳୟ) ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Related posts

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

mahabharatanews

ପୁରୀ ପୋଲିସ ହାତରେ ୨ ବାଇକ ଲୁଟେରା

mahabharatanews

ଭାଙ୍ଗ-ମିଶ୍ରିତ କୁଲଫି ଆଇସକ୍ରିମ ଜବତ କଲା ​​ପୋଲିସ…

mahabharatanews